ଢେଙ୍କାନାଳର ପ୍ରସିଦ୍ଧ ରାମଚଣ୍ଡୀ ପୀଠରେ ମକର ସଂକ୍ରାନ୍ତି ଅବସରରେ ବିଶ୍ଵକଲ୍ୟାଣ, ବିଶ୍ଵର ପାପ ନିବାରଣ ନିମନ୍ତେ ବିଶ୍ଵ ଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଓ ଡାପଡା ବ୍ଳକ ଅନ୍ତର୍ଗତ ନାଧରା ପଞ୍ଚାୟତର ବ୍ରାହ୍ମଣୀ ନଦୀକୂଳରେ ଥିବା ସିଦ୍ଧମା ରାମଚଣ୍ଡୀ ପୀଠରେ ୨୮ ତମ ବିଶ୍ୱଶାନ୍ତି ମହାଯଜ୍ଞ ନିମନ୍ତେ ଶୁକ୍ରବାର ଦିନ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତଳ ବାଘମୁଣ୍ଡା ଗ୍ରାମ ସ୍ଵପ୍ନେଶ୍ୱର ମହାଦେବ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଧୂଜ୍ଜା ଉତ୍ତୋଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୩ ହଜାର ୩ଶହ ମହିଳା ଶ୍ରଦ୍ଧାଳୁ ଚିରସ୍ରୋତ।ପବିତ୍ର ବ୍ରାହ୍ମଣୀ ନଦୀରୁ ଜଳ ନେଇ ପୀଠରେ ପହଞ୍ଚିଥିଲେ । ମାନବ ରୂପି ରାଧାକୃଷ୍ଣ ଓ ଗୋପୀ ଗଣଙ୍କ ନାଚଗୀତରେ ଦର୍ଶକ ମାନେ ବିମୋହିତ ହୋଇଥିଲେ । ଏହି କଳସ ଯାତ୍ରାରେ ପତଳା ଗ୍ରାମରତ୍ରିଲୋଚନ ରାଉତ ଓ ପତ୍ନୀ ସ୍ନେହ ଲତା, ରୋହିତ ପୃଷ୍ଟି ଓ ପତ୍ନୀ ଦିବ୍ୟା ଭାରତୀ, ପ୍ରଦୀପ ମହାପାତ୍ର ଓ ସ୍ତ୍ରୀ ସସ୍ମିତା ପଣ୍ଡା, ଆର୍ତ୍ତତ୍ରାଣ ପୃଷ୍ଟି ଓ ସ୍ତ୍ରୀ ରଶ୍ମି ରେଖାପୃଷ୍ଟି ଏହି ଯଜ୍ଞକାର୍ଯ୍ୟରେ କର୍ତ୍ତୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଉତ୍ସବକୁ ଯଜ୍ଞକମିଣ୍ଟି ପରିଚାଳନା କରୁଛନ୍ତି
ଏହି ଯଜ୍ଞ କାର୍ଯ୍ୟରେ ପୁରୀ ପଣ୍ଡିତ ଙ୍କ ଶହ ଢେଙ୍କାନାଳ ଜିଲ୍ଲା ଷୋଳ ଶାସନ ର ପଣ୍ଡିତ ମାନେ ସହଯୋଗ କରିଥିଲେ…
।ଲକ୍ଷାଧିକ ଜନସମାଗମକୁ ଆଖି ଆଗରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ ଥାନା ଓ ଫାଣ୍ଡିରୁ ପୋଲିସ୍ ଅଧିକାରୀ ମାନେ ଓରେଡ୍କ୍ରସ୍ , ସ୍ଵେଛାସେବୀ ସଂଗଠନ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।