ତପି ମିଶ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ

ତପି ମିଶ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ

ଧରା ପଡିଲା ୟୁଟ୍ୟୁବର ତପି ମିଶ୍ରଙ୍କ ଅସଲ ଚେହେରା । ଯୀଶୁଙ୍କୁ ଗାଳି ଦେଉଥିଲେ ତପି। ସିନେମା ବିରୁଦ୍ଧରେ କହିଲେ ଘରେ ପସି ବାଡେଇବାର ଧମକ ଦେଉଥିଲେ ତପି ମିଶ୍ର । ଆଉ ଏବେ ଲେଖିକାଂକ ଲେଖା ଚୋରି କରି ଅଡୁଆରେ ଫସିଗଲେ ।୨୦୨୩ ମସିହାରେ ଲେଖିକା ବନସ୍ମିତାଂକ ଓଡିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡିଆ ଅନୁବାଦକୁ ନିଜର ଲେଖା କହି ତପିମିଶ୍ର ଫସିଛନ୍ତି ହରଡଘଣାରେ। ପ୍ରମାଣପତ୍ର ସହିତ ପ୍ରକାଶକ ବିକେ ପବ୍ଲିକେସନ୍ , ରତ୍ନା ଫିଲ୍ମସ୍ ଆଉ ଲେଖିକା ବନସ୍ମିତା କୋର୍ଟର ଦ୍ୱାରସ୍ଥ ହେଇଛନ୍ତି । ଏକ ପ୍ରେସ କନ୍ଫରେନ୍ସ ଜରିଆରେ ଲେଖିକା ବନସ୍ମିତା ଓ ତାଂକ ଓକିଲ ଆୟୁସ୍ କୁଲରାଜ୍ ଗଣମାଧ୍ୟମକୁ ଏ ବିଷୟରେ ଜଣାଇଛନ୍ତି। ଅରିନ୍ଦମ ରାୟଂକ କମ୍ପାନୀ ରତ୍ନା ଫିଲ୍ମ୍ସ ପାଖରେ ଓଡିଆ ଶିବ ତାଣ୍ଡବର ଅଡିଓ ଭିଜୁଆଲ୍ ରାଇଟ୍ସ ଥିବାରୁ ତାଂକ ଓକିଲ ସିଭିଲ୍ ସୁଟ୍ ଫାଇଲ୍ କରିଛନ୍ତି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି। ବରିଷ୍ଠ ଲେଖକ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ଦେବ ଦାସ ଛୋଟରାୟ ପ୍ରେସ କନ୍ଫରେନ୍ସ ରେ ଉପସ୍ଥିତ ରହି ସାହିତ୍ୟ ଚୋରି ଭଳି ଜଘନ୍ୟ ଅପରାଧକୁ ତିବ୍ର ନିନ୍ଦା କରିଛନ୍ତି। ପ୍ରକାସନୀ ସଂସ୍ଥା ବିକେ ପବ୍ଲିକେସନ୍ସ, ଯାହା ପାଖରେ ଅଗ୍ନିପରୀକ୍ଷା ବହିଟିର ପ୍ରକାଶନର ରାଇଟ୍ସ ଅଛି, ସେ ମଧ୍ୟ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *