ସୋସିଆଲ ମିଡିଆରେ ମୋହନ ସରକାରଙ୍କୁ ତାଗିଦ କଲେ ନବୀନ, ହେଲେ ଶୁଣିଲେନି ମୋହନ । ୩ ଦିନ ପରେ ବି ହାତ ବାନ୍ଧି ବସିଛି ପୋଲିସ. ଖୋଲା ବୁଲୁଛନ୍ତି ଅଭିଯୁକ୍ତ । ହଁ ଆଜ୍ଞା, ରାଜ୍ୟରେ ଡବଲ ଇଞ୍ଜିନ ସରକାରରେ ଆଇନ ବ୍ୟବସ୍ଥା ଶୃଙ୍ଖଳିତ ଥିବା ବିଜେପି ନେତାମାନେ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଆଇନ ଉପରୁ ଯେ, ସାଧାରଣ ଲୋକଙ୍କ ଭରଷା ତୁଟିଗଲାଣି ତାକୁ ବିଜେପି ନେତାମାନେ ଜାଣି ବି ଜାଣିସିଆଣିଆ ହେଉଛନ୍ତି । ତେବେ କେବଳ ସାଧାରଣ ଜନତା ନୁହଁନ୍ତି ଖୋଦ ପୂର୍ବତନ ବିଧାୟକ ବି ଡବଲ ଇଞ୍ଜିନ ସରକାରରେ ସୁରକ୍ଷିତ ନାହାନ୍ତି । ଦିନ ଦ୍ୱିପ୍ରହରେ ବିଜେପି ସମର୍ଥିତ ବିଧାୟକଙ୍କ ଅଞ୍ଚଳରେ ପୂର୍ବତନ ବିଜେଡି ବିଧାୟକଙ୍କ ଉପରକୁ ଆକ୍ରମଣ ହେଉଛି । ଧର୍ମଶାଳାରେ ପୂବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ ହେବାର ତାଙ୍କ ଗାଡି ଉପରକୁ ଆକ୍ରମଣ ହେବାର ୩ ଦିନ ବିତିଗଲାଣି । କିନ୍ତୁ ଏଯାଏଁ ଏ ସମ୍ପର୍କରେ କୌଣସି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିକି ଖୋଦ ସ୍ଥାନୀୟ ଅଞ୍ଚଳର ପୋଲିସ ମଧ୍ୟ ଚୁପ୍ ବସିଥିବା ଅଭିଯୋଗ ଆସିଛି । କିନ୍ତୁ ବିଜେପି ଏସବୁକୁ ଖାତିର କରୁନି ।
ଏପରିକି ଖୋଦ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ବିଶୃଙ୍ଖଳା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ମନ୍ତବ୍ୟ ରଖିଥିଲେ । କିନ୍ତୁ ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ ଏବେ ବି ଏଘଟଣାରେ ଜିରୋ କାଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ଆସିଛି । ରାଜ୍ୟସଭା ସାଂସଦ ସୁଲତା ଦେଓ ଏ ଘଟଣା ସମ୍ପର୍କୀତ ଏକ ଭିଡିଓ ପୋଷ୍ଟ କରି ମୋହନ ସରକାରଙ୍କ ସହ ପୋଲିସଙ୍କୁ ବି ଚେତାଇ ଦେଇଥିବା ଏବଂ ଆଇନ କାନୁନର ପାଠ ପଢାଇଥିବା ନଜର ଆସିଛନ୍ତି ।