ମାଘ ମାସରୁ ତାଣ୍ଡବ ରଚିଲାଣି ଗ୍ରୀଷ୍ମ ପ୍ରବାହ । ଏହି ତାତିରୁ ମିଳିପାରେ ସାମାନ୍ୟ ଆସ୍ୱସ୍ତି । ଆଜିଠାରୁ ଚାରିଦିନ ପର୍ଯ୍ୟନ୍ତ ହାଲୁକା ବର୍ଷା ସମ୍ଭାବନା ରହିଛି । ଉତ୍ତର ଓ ଉପକୂଳ ଓଡିଶାରେ କିଛି ଜିଲ୍ଲାରେ ବର୍ଷା ହୋଇପାରେ । ଗତକାଲି ରାଜଧାନୀରେ ଦିନର ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ରାଜ୍ୟର ଅନ୍ୟ ୧୫ଟି ସହରରେ ପାରଦ ୩୫ ଡିଗ୍ରୀ ଉପରେ ରହିଥିଲା । ତାପମାତ୍ରା ବୃଦ୍ଧିକୁ ଦେଖି ଏସଆରସି ପକ୍ଷରୁ ସତର୍କ କରାଯାଇଛି । ଅଂଶୁଘାତରେ ଯେପରି କାହାର ମୃତ୍ୟୁ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସେହିପରି ସକାଳ ସମୟରେ ଅଙ୍ଗନବାଡି ଖୋଲିବାକୁ ବ୍ୟବସ୍ଥା ହୋଇଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025