ତାତିରେ ରେକର୍ଡ ଭାଙ୍ଗିଲା ଟିଟିଲାଗଡ…

ତାତିରେ ରେକର୍ଡ ଭାଙ୍ଗିଲା ଟିଟିଲାଗଡ…

ମାର୍ଚ୍ଚ ଆରମ୍ଭରୁ ହିଁ ତତଲା କଡେଇରେ ଶିଝିଲାଣି ଓଡିଶା । ୩୫ ଡିଗ୍ରୀ ଉପରେ ରହିଲାଣି ତାପମାତ୍ରା । ପ୍ରଚଣ୍ଡ ଖରା ସାଙ୍ଗକୁ ତାତି ଜନଜୀବନ ଅସହ୍ୟ କରିଦେଉଛି । ତେବେ ଟିଟିଲାଗଡ ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ଭାଙ୍ଗିଛି । ଗତକାଲି ୩୮ ଦଶମିକ ୫ ଡିଗ୍ରୀ ସହ ଟିଟିଲାଗଡ଼ ଭାରତର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଦେଶର ୧୦ ଉତ୍ତପ୍ତ ସହର ତାଲିକାରେ ଓଡ଼ିଶାରୁ ୪ ଜିଲ୍ଲା ରହିଛି । ୩୮.୨ ଡିଗ୍ରୀ ସହ ଝାରସୁଗୁଡ଼ା ଚତୁର୍ଥ ସ୍ଥାନରେ ଥିବା ବେଳେ ୩୮ ଡିଗ୍ରୀ ପାରଦ ସହ ବଲାଙ୍ଗୀର ଷଷ୍ଠ ସ୍ଥାନରେ ରହିଛି । ସେହିପର ୧୦ ନମ୍ବର ତାଲିକାରେ ରହିଛି ଅନୁଗୁଳ ।

author

Related Articles

Leave a Reply

Your email address will not be published. Required fields are marked *