କୋରାପୁଟ ଜିଲ୍ଲାରେ ଆସନ୍ତା 25 ତାରିଖ ସୁଦ୍ଧା ସମସ୍ତ ମଣ୍ଡିରୁ ଧାନ ନୁଠିଲେ ଆନ୍ଦୋଳନ ଓ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛି କଂଗ୍ରେସ । ଏନେଇ ଚେତାବନୀ ଦେଇଛନ୍ତି ଜୟପୁର ବିଧାୟକ ତାରା ବାହିନୀ ପତି । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଏପରି ଧମକ ଦେଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତାରା କହିଛନ୍ତି ଯେ କୋରାପୁଟ ଜିଲ୍ଲାରେ ୧୧ ତାରିଖରୁ ଖରିଫ ମଣ୍ଡି ଆରମ୍ଭ ହୋଇଥିଲେ ବି ଆଜି ସୁଦ୍ଧା ଧାନ କ୍ରୟ କରାଯାଇପାରୁନି । ଚାଷୀ ଶୀତ କାକରରେ ଧାନକୁ ଜଗି ବସିଥିବା ବେଳେ, ଟୋକନର ଅବଧି ୧ ମାସ ରହିଛି। ଗତ ୩ ଦିନର କୋହଲା ପାଗ ଓ ଅଦିନିଆ ବର୍ଷାରେ ଚାଷୀକୁ ପଲିଥିନ କିଣି ନୟାନ୍ତ ହେବାକୁ ପଡ଼ୁଛି । ଏଥିସହ ସରକାର କେବେ ଧାନ କ୍ରୟ କରିବେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ତାରା ।

You can share this post!
author