ତାରାତାରିଣୀ ପରେ ନିର୍ମଳଝର ମନ୍ଦିର ପାଳି | ଚୋରି କରିନେଲେ ପିତ୍ତଳ ସାମଗ୍ରୀ | ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ | ପୋଲିସ ର ତଦନ୍ତ ଜାରି | ଖଲ୍ଲିକୋଟ ଥାନା ଅନ୍ତର୍ଗତ ନିର୍ମଳଝର ମନ୍ଦିର ରେ ଚୋରି ହୋଇଥିବା ବେଳେ ମନ୍ଦିର ଭିତରୁ ପିତ୍ତଳ ସାମଗ୍ରୀ ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ ମନ୍ଦିର ପାଚେରୀ ଡେଇଁ ମନ୍ଦିର ପରିସର ମଧ୍ୟରେ ଥିବା ନୀଳକଣ୍ଠେଶ୍ଵର, ଜଗନ୍ନାଥ ମନ୍ଦିର ଓ ରୋଷ ଘର ତାଲା ଭାଙ୍ଗି ଭିତରେ ପଶି ପିତ୍ତଳ ସାମଗ୍ରୀ ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ତେବେ ଆଜି ସକାଳ ୫ ଟା ସମୟରେ ମନ୍ଦିର ପୂଜକ ଆସି ଦେଖିଲା ବେଳକୁ ମନ୍ଦିର ତାଲା ଭଙ୍ଗା ଯାଇଥିବା ବେଳେ ସବୁ ଜିନିଷ ପତ୍ର ବିଛାଡ଼ି ହୋଇ ପଡ଼ିରହିଛି । ତୁରନ୍ତ ଏ ସମ୍ପର୍କରେ ମନ୍ଦିର ପୂଜକ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ ପୋଲିସ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛନ୍ତି

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025