ସାରା ବିଶ୍ୱରେ ଚହଳ ପକାଇଛି କୋରାପୁଟିଆ ଗୀତ ଛି ଛି ରେ ନନୀ ଛି ଗୀତ । 30 ବର୍ଷ ତଳର ଗୀତ ଏବେ ଓଡିଶାରେ ଟ୍ରେଣ୍ଡ କରୁଛି । ସଂସଦରୁ ବିଧାନସଭା ପର୍ଯ୍ୟନ୍ତ ଏହି ଗୀତ ଏବେ ଟ୍ରେଣ୍ଡ କରୁଛି । ଦିଲ୍ଲୀ ଦରବାରରୁ ରାଜଧାନୀ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଏହି ଗୀତ । ଯୁବ କଂଗ୍ରେସର କିଛି ନେତା ପ୍ରଥମେ ମୋହନ ମାଝୀଙ୍କୁ ଛି ଛି ରେ ମୋହନ ଛି କହି ସମାଲୋଚନା କରିଛନ୍ତି । ଏହାପରେ ସଂସଦରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଛି ଛି ଗୀତ ଗାଇ କଟାକ୍ଷ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ ।
ସୁଲତାଙ୍କ ପରେ ଏବେ ବିଧାନସଭାରେ ଟ୍ରେଣ୍ଡ କରୁଛି ଛି ଛି ରେ ନନୀ ଛି ଗୀତ । ସୋମବାର ଶୂନ୍ୟକାଳରେ ବିଧାନସଭାରେ ଶୁଭିଲା ଛି ଛି ରେ ନନୀ ଛି ଗୀତ । କଂଗ୍ରେସର ଜୟପୁର ବିଧାୟକ ତାରା ବାହିନୀପତି ଏହି ଗୀତ ପଦକୁ ଗୃହରେ ଗାଇଲେ । ଖାଲି ଗାଇଲେ ନୁହେଁ ବରଂ ନାଚିଲେ ମଧ୍ୟ । ପୂର୍ବରୁ ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟର ନୂଆ ସରକାରଙ୍କ ଅପାରଗତାକୁ ଦର୍ଶାଇ ଏହି ଗୀତ ଗାଇଥିଲେ ।
ଏହାପରେ ସୋମବାର ବିଧାନସଭାରେ ତାରା ବାହିନୀ ପତି ଏହି ଗୀତ ଗାଇବା ସହ ଏହି ଗୀତକୁ ଏବଂ ଏହି ଗୀତର ସଷ୍ଟ୍ରାଙ୍କୁ ପଦ୍ମଶ୍ରୀ ଉପାଧି ମିଳିବା ଉଚିତ ବୋଲି ବିଧାନସଭାରେ ଦାବି ଉଠାଇଛନ୍ତି ତାରା ବାହିନିପତି । କୋରାପୁଟିଆ ଦେଶିଆ ଭାଷାକୁ ସୀକୃତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି କୋରାପୁଟ ବିଧାୟକ ତାରା ବାହିନି ପତି ।