ତୁଟୁନି ଦ୍ୱନ୍ଦ୍ୱ, ଓଡିଶାରୁ ମୁହଁ ଫେରାଉଛନ୍ତି ଶାହ !

ତୁଟୁନି ଦ୍ୱନ୍ଦ୍ୱ, ଓଡିଶାରୁ ମୁହଁ ଫେରାଉଛନ୍ତି ଶାହ !

ଡାକୁଛନ୍ତି ମୋହନ, ହେଲେ ଆସୁନାହାନ୍ତି ଶାହ ? ଶାହଙ୍କ ଓଡିଶା ଗସ୍ତ ବାତିଲ ପଛରେ ରହିଛନ୍ତି କି ନବୀନ ? ଏଭଳି କିଛି ଆଶଙ୍କା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବାରମ୍ବାର ଓଡିଶା ଗସ୍ତ ବାତିଲକୁ ନେଇ କରାଯାଉଛି । ନିକଟରେ ଦୁଇ ଦୁଇ ଥର ଅମିତ୍ ଶାହ ଓଡିଶା ଗସ୍ତରେ ଆସିବାର କାଯ୍ୟକ୍ରମ ଥିବା ବେଳେ ଶାହ କୌଣସି କାରଣ ଦର୍ଶାଇ ଏହାକୁ ଶେଷ ମୁହୂର୍ତରେ ବାତିଲ କରିଦେଇଛନ୍ତି । ଯାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ଶାହ ଓଡିଶା ଆସିବାକୁ ଚାହୁଁନାହାନ୍ତି, ନା ଦଳୀୟ ନେତାଙ୍କ ପାଇଁ ସେ ଗସ୍ତ ବାତିଲ କରୁଛନ୍ତି ସେନେଇ ଦ୍ୱନ୍ଦ୍ୱ ଉପୁଜୁଛି ।

ତେବେ ୨୦୨୪ ଡିସେମ୍ବର ୨୭ ତାରିଖରେ ଶାହଙ୍କ ଦୁଇ ଦିନିଆ ଓଡିଶା ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଏହାକୁ ବାତିଲ କରାଯାଇଥିଲା । ଆଉ ଏବେ ମାର୍ଚ୍ଚ ୨୨ ତାରିଖରେ ପୁଣି ଥରେ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ମଧ୍ୟ ପୂର୍ବ ଥର ପରି ବାତିଲ କରାଯାଇଛି । ତେବେ ଏହା ପଛରେ ଦଳର ଗୋଷ୍ଠୀ କନ୍ଦଳ ଥାଇପାରେ ବୋଲି ଆଲୋଚନା ହେଉଛି । ରାଜ୍ୟ ସଭାପତି କିଏ ହେବେ ସେନେଇ କୌଣସି ନିଷ୍କର୍ଷ ବାହାରୁନଥିବା ବେଳେ ମନ୍ତ୍ରୀ ପଦ ପାଇଁ ମଧ୍ୟ ଦଳରେ କେଁ ରହିଛି । ଏହା ସହ ଖୋଦ ଦଳୀୟ ନେତା ଦଳକୁ ଭାଗ ଭାଗ କରିବାର ମନ୍ତବ୍ୟ ଦେଉଥିବା ବେଳେ ଦଳରେ ଅଶାନ୍ତି ଭରପୁର ରହିଛି । ଅନ୍ୟପଟେ ବିଧାନସଭାରେ ରାଜ୍ୟ ବିଜେପି ନେତାମାନେ ଯେଉଁଭଳି ଆଚରଣ କରୁଛନ୍ତି, ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି. ହାତ ଉଠାଉଛନ୍ତି ତାକୁ ନେଇ ଦଳର ଶୀର୍ଷ ନେତୃତ୍ୱ ଲଜ୍ଜିତ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ଆଉ ଏହି ସବୁ କାରଣ ପାଇଁ ଶାହ ଓଡିଶା ଆସିବାକୁ ଚାହୁଁନଥିବା କୁହାଯାଉଛି ।

ଅନ୍ୟପଟେ, ଅମିତ୍ ଶାହଙ୍କ ଓଡିଶା ଗସ୍ତ ବାତିଲ ପଛରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନିର୍ବାଚନ ପୂର୍ବରୁ ବିଜେପିର ଶୀର୍ଷ ନେତୃତ୍ୱ ଏପରିକି ଖୋଦ ଅମିତ ଶାହା ନବୀନଙ୍କ ଟ୍ରାନ୍ସଫର୍ମର ପୋଡି ଗଲାଣି ବୋଲି ଡିଣ୍ଡିମ ପିଟୁଥିଲେ, କିନ୍ତୁ ନିର୍ବାଚନ ପରେ ନବୀନଙ୍କ ପ୍ରତି ମଧ୍ୟ ତାଙ୍କ ସ୍ୱର ବଦଳିଯାଇଛି । ଏପରିକି ଲୋକସଭାରେ ନବୀନଙ୍କ ଯୋଜନାକୁ ପ୍ରଶଂସା କରିଛନ୍ତି ଶାହ । ଏହା ସହ ବିଜେପି ଯେଉଁ ୨୦ ଟି ଏମପି ସିଟ୍ ଓଡିଶାରୁ ପାଇଛି ତାହା ନବୀନ ଏବଂ ପାଣ୍ଡିଆନଙ୍କ ପାଇଁ ସମ୍ଭବ ହୋଇଛି ବୋଲି ତାହା କାହାକୁ ଅଛପା ନାହିଁ । ତେଣୁ ପରୋକ୍ଷରେ ନବୀନଙ୍କ ପ୍ରତି ଶାହଙ୍କ ଅନୁରକ୍ତି ଥିବାରୁ ଏବଂ ବିଜେପି ନେତାଙ୍କ ମନମାନୀ ବଢୁଥିବାରୁ ଶାହ ରାଜ୍ୟ ବିଜେପି ନେତାଙ୍କୁ ୱାର୍ଣ୍ଣିଂ ଦେବା ସହ ଏହି ଦୁଇଟି ଦିଗକୁ ଦୃଷ୍ଟିରେ ରଖି ଓଡିଶା ଗସ୍ତ ବାତିଲ କରୁଥିବା ଆଶଙ୍କା କରାଯାଉଛି । ଯାହା ବିଜେପି ନେତାଙ୍କ ଦ୍ୱନ୍ଦ୍ୱକୁ ଆହୁରି ବଢାଇଦେଉଛି ।

author

Related Articles

Leave a Reply

Your email address will not be published. Required fields are marked *