ତୁଳସୀ ପତ୍ରର ଗଜବ ଫାଇଦା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତୁଳସୀ ପତ୍ରର ଗଜବ ଫାଇଦା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସାଧାରଣ ଓ ସୁସ୍ଥ ଜୀବନଟିଏ ବଞ୍ଚିବା ପାଇଁ ସମସ୍ତେ ଚାହିଁଥାନ୍ତି । କିନ୍ତୁ ସୁସ୍ଥ ଓ ସୁନ୍ଦର ଜୀବନଶୈଳୀ ବିତେଇବା ପାଇଁ ଆମକୁ ଆମ ନିତିଦନିଆ ଖାଦ୍ୟ ପେୟରେ ମଧ୍ୟ କିଛି ପରିବର୍ତ୍ତନ ଆଣିବାକୁ ପଡିପାରେ । କିନ୍ତୁ ଆଜିକାଲିର ବିଭିନ୍ନ ପ୍ରକାର ଅସୁବିଧା ପାଇଁ ଲୋକେ ବହୁତ କିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବର୍ତ୍ତମାନ ରୋଗ ଯେଉଁଭଳି ଭାବେ ବ୍ୟାପୁଛି ତାହା ସାଧାରଣ ଲୋକଙ୍କୁ ଚିନ୍ତାରେ ପକାଉଛି ।

ଆପଣ ଯଦି ଲାଇଫ୍ ଷ୍ଟାଇଲକୁ ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ କିଛି ନା କିଛି କାମ କରନ୍ତୁ, ଯାହା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପ୍ରତ୍ୟେକ ଦିନ ଯୋଗ ଓ ବ୍ୟାୟାମ କରିବା ଶରୀରକୁ ସୁସ୍ଥ ରଖିଥାଏ । ଏଥି ସହ ପୁଷ୍ଟିକର ଖାଦ୍ୟ ଖାଇବା ମଧ୍ୟ ଶରୀର ପାଇଁ ନିତାନ୍ତ ଆବଶ୍ୟକ । ତେବେ ଆମ ଶରୀର ପାଇଁ ତୁଳସୀ ପତ୍ର ଦେଇଥାଏ ଚମତ୍କାର ଫାଇଦା

କାହିଁକିନା ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀର ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ଏଥି ସହ ତୁଳସୀ ପତ୍ରରେ ଭିଟାମିନ୍ ସି’ ଜିଙ୍କ୍ ଏବଂ ଆଇରନ୍ ଭଳି ପ୍ରଚୁର ପରିମାଣର ପୋଷକ ତତ୍ତ୍ବ ମିଳିଥାଏ । ଆୟୁର୍ବେଦ ଅନୁସାରେ ତୁଳସୀ ପତ୍ରକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ତୁଳସୀ ପତ୍ରକୁ ଖାଇବା ଦ୍ୱାରା ଆମକୁ ବିଭିନ୍ନ ପ୍ରକାରର ଲାଭ ମିଳିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ତୁଳସୀ ପତ୍ର ଚୋବାଇ ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବହୁତ ପରିମାଣରେ ସୁଦୃଢ କରିପାରିବେ । ଯଦି ଆପଣ ବାରମ୍ବାର ଅସୁସ୍ଥ ରହୁଛନ୍ତି, ତେବେ ଆପଣ ଦୈନନ୍ଦିନ ଖାଦ୍ୟ ଯୋଜନାରେ ତୁଳସୀ ପତ୍ରକୁ ସାମିଲ କରିବା ଉଚିତ୍ । କାଶ ଏବଂ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମେ ତୁଳସୀ ପତ୍ରର ରସକୁ ବ୍ୟବହାର କରିଥାଉ ।

author

Related Articles

Leave a Reply

Your email address will not be published. Required fields are marked *