ତୁଷାର ବନାମ ବିଶ୍ୱ ଭୂଷଣ ଲଢେଇ !

ତୁଷାର ବନାମ ବିଶ୍ୱ ଭୂଷଣ ଲଢେଇ !

24 ନିର୍ବାଚନକୁ କିଛି ମାସ ବାକି । ରାଜନୈତିକ ଛକାପଞ୍ଝା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ କାକଟପୁର  ନିର୍ବାଚନ ମଣ୍ଡଳୀ କଥା । ହଁ ଆଜ୍ଞା ଆମେ କହୁଛୁ ପୁରୀ ଜିଲ୍ଲାର କାକଟପୁର ନିର୍ବାଚନ ମଣ୍ଡଳୀ କଥା ।  ବିଜେଡିର ଗଡ ଭାବରେ ବେଶ ପରିଚିତ ଏହି ନିର୍ବାଚନ ମଣ୍ଡଳୀ କଥା । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏଠାକାର ବିଧାୟକ ଅଛନ୍ତି । 2000 ମସିହାଠାରୁ ବିଜେଡି ଏଠାରେ ଦବଦବା ଜାହିର କରିଆସୁଛି । କାକଟପୁରରେ ବିଜେଡିରୁ ସୁରେନ୍ଦ୍ର ନାଥ ନାୟକ ଲଗାତାର ବିଧାୟକ ହୋଇଆସୁଥିଲେ କିନ୍ତୁ 2019ରେ କାକଟପୁରରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ସେଥର ନିର୍ବାଚନରେ ନେତା ମାନଙ୍କର ଚାଲିଥିଲା ଦଳ ଡିଆଁ ପ୍ରକ୍ରିୟା । 20214ରେ ବିଜେପିରୁ ଟିକେଟ ପାଇ ପରାଜୟ ସ୍ୱୀକାର କରିଥିବା ତୁଷାରକାନ୍ତି ବେହେରା 19 ନିର୍ବାଚନରେ  ବିଜେଡିରେ ମିଶିଥିଲେ ଏବଂ ବିଜେଡି ତାଙ୍କୁ ଟିକେଟ ଦେଇଥିଲା । କୁହାଯାଉଛି କି ଗତ 4 ବର୍ଷ ଭିତରେ ଶାସକ ଦଳ ଦ୍ୱାରା କାକଟପୁରରେ ବିକାଶ ହୋଇଛି ଯାହାକୁ କେନ୍ଦ୍ର କରି ବିଜେଡି ତାର ସ୍ଥିତିକୁ ସୃଦୁଢ କରିବା ସହ ଆଗାମୀ ନିର୍ବାଚନ ବାଜିମାତ କରିବ ବୋଲି ଆଶା ରଖିଛି । ତେବେ କାକଟପୁରରେ  ବିରୋଧି ନିଜର କ୍ଷେତ୍ର ପ୍ରସ୍ତୁତି କଲାଣି । ଗତ ଦୁଇଥର ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହୁଛି କଂଗ୍ରେସ । ଆଗାମୀ ନିର୍ବାଚନରେ କଂଗ୍ରେସରୁ ବିଶ୍ୱ ଭୂଷଣ ଦାସ ପ୍ରାର୍ଥୀ ହେବାର ସମ୍ଭାବନା ରହିଛି । ବିଜେପିରୁ କିଏ ପ୍ରାର୍ଥୀ ହେବ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଦେଖିବାକୁ ବାକି ରହିଲା ଆଗାମୀ ନିର୍ବାଚନରେ କାକଟପୁରରେ ଶାସକ ଦଳ ତାର ଦବଦବା ଜାହିର କରିପାରୁଛି ନା ତାକୁ ମାତ ଦେଇ ଅନ୍ୟ କେଉଁ ଦଳ ଶାସନ କରିବ ?

author

Related Articles

Leave a Reply

Your email address will not be published. Required fields are marked *