ଚାଲିଛି ବିଧାନସଭା ଅଧିବେଶନ । ପ୍ରଥମ ଥର ଶାସକ ଦଳ ହିସାବରେ ଭାରତୀୟ ଜନତା ପାର୍ଟି ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ସେପଟେ ବିଜେଡି ଓ କଂଗ୍ରେସ ବିରୋଧି ଦଳ ଭାବେ ଓଡିଶାର ସମସ୍ୟାକୁ ବିଧାନସଭାରେ ପ୍ରଶନ କରୁଛନ୍ତି । ପୂର୍ବ ସରକାର ବାରବାଟୀ ଷ୍ଟାଡିୟମକୁ ନବୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଏନେଇ ତିନିକୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ଗତକାଲି ବିଧାନସଭା ଅଧିବେଶନରେ କଟକ ବାରବାଟୀ ଷ୍ଟାଡିୟମର ରୂପାନ୍ତୀକରଣ ନେଇ ଲିଖିତ ପ୍ରଶ୍ନ କରିଥିଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ । ଷ୍ଟାଡିୟମର ନବୀକରଣ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ସୋଫିଆ । ସୋଫିଆଙ୍କ ପ୍ରଶ୍ନର ଉତ୍ତରରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଥିଲେ କି କଟକ ବାରବାଟୀ ଷ୍ଟାଡିୟମକର ଉନ୍ନତିକରଣ ନେଇ ରାଜ୍ୟ ସରକାରଙ୍କ ପାଖରେ ସେପରି କୌଣସି ପ୍ରସ୍ତାବ ନାହିଁ । ତେବେ ବିଧାନସଭାରେ ଦୁଇ ଯୁବ ବିଧାୟକଙ୍କ ମଧ୍ୟରେ କଥା କଟାକଟି ପରେ ତେଜିଛି ବାରବାଟୀ ରାଜନୀତି । ପୂର୍ବର ବିଜେଡି ସରକାର କେବଳ ଭୋଟ ଆଳରେ ବାରବାଟୀ ଷ୍ଟାଡିୟମ କଥା ଉଠାଇଥିଲେ କିନ୍ତୁ ଉନ୍ନତିକରଣ ନେଇ କୌଣସି ଯୋଜନା କାର୍ଯ୍ୟକାରୀ ହୋଇନାହିଁ । ତେବେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ଉତ୍ତର ପରେ ସିଧା ସିଧା ପୂର୍ବର ନବୀନ ସରକାର ଜୁମଲା କରିଥିବା କଥା କହିଛନ୍ତି ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ତେବେ କଣ ରହିଛି ବାରବାଟୀ ଷ୍ଟାଡିୟମର ନବୀକରଣ ପଛର ସତ । ସୋଫିଆ ମାଗିଥିବା ଏହି ଜବାବର କି ଉତ୍ତର ଦେବେ ପୂର୍ବର ନବୀନ ସରକାର ତାହା ଦେଖିବାକୁ ବାକି ।

You can share this post!
author