ତେଲନଦୀରୁ ହେଉଛି ବାଲି ଚୋରା ଚାଲାଣ , ନିଦା ବିଷ୍ଣୁ ସାଜିଛି ରାଜସ୍ବ ବିଭାଗ l

ତେଲନଦୀରୁ ହେଉଛି ବାଲି ଚୋରା ଚାଲାଣ , ନିଦା ବିଷ୍ଣୁ ସାଜିଛି ରାଜସ୍ବ ବିଭାଗ l

Boudh:

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦୀର୍ଘ ୬୦ କିମି ଦେଇ ତେଲନଦୀ ପ୍ରବାହିତ ହେଉଛି ।ତେଲନଦୀ ଏହି ବ୍ଲକର ଏକ ଜୀବନରେଖା ସଦୃଶ ।ହେଲେ ଗତ କିଛି ବର୍ଷ ହେଲା ଦିନ ଦ୍ୱିପ୍ରହରରେ ଏହି ତେଲନଦୀରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି ।ବାଲି ଚୋରା ଚାଲାଣ ଯୋଗୁଁ ନଦୀ ପଠା ନଷ୍ଟ ହେବା ସହ ଖାଲଖମା ଓ ପଥର ଖାଲି ଦେଖିବାକୁ ମିଳିଛି । ଉକ୍ତ ବାଲି ଚୋରା ଚାଲାଣ ରେ ରାଜସ୍ବ ବିଭାଗର ଅଧିକାରୀ ଙ୍କ ହାତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।ଯାହା ଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି ।ବର୍ଷ ବର୍ଷ ଧରି ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ବିଭାଗର ନିଷ୍କ୍ରିୟତା କୁ ନେଇ ଜନ ସାଧାରଣ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ମାଫିଆ ମାନେ ଦିନ ଦ୍ୱିପ୍ରହରରେ ଟ୍ରାକ୍ଟର କିମ୍ବା ହାୱାଇ ସାହାଯ୍ୟରେ କ୍ଷମତା ଠାରୁ ଅଧିକ ବାଲି ନେଇ ଯାତାୟତ କରୁଛନ୍ତି ।

ଯାହା ଫଳରେ ଭାରି ଯାନ ରାସ୍ତାରେ ଯିବା ଆସିବା ଫଳରେ ରାସ୍ତା ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଛି । ବାଲି ନେବା ସମୟରେ ଗାଡ଼ି ଉପରେ ଚାଦର କିମ୍ବା ଘୋଡଣୀ ଦେଇ ନେବାର ନିୟମ ଥିଲେ ସୁଦ୍ଧା ମାଫିଆ ମାନେ ଖୋଲା ମେଲାରେ ବାଲି ନେବା ଆଣିବା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି ।ଅନ୍ୟପଟେ ସାଧାରଣ ଲୋକ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ପାଇଁ ଆବଶ୍ୟକୀୟ ବାଲି ଚଢ଼ା ଦରରେ କିଣିବାକୁ ପଡୁଥିବା ପ୍ରକାଶ କରିଛନ୍ତି ।ବ୍ଲକର ଘଣ୍ଟାପଡା,କଣ୍ଟାମାଳ, ଗୁଆବାହାଲ, ଗବଯୋର , କପାସିରା, ପଥର୍ଲା, ଲୋକାପଡା,ଆମ୍ବଗହନା, କୀର୍ଲା ଆଦି ନଦୀକୂଳବର୍ତ୍ତି ଅଞ୍ଚଳରେ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ସୀମିତ ଜାଗାରେ ଲିଜ ଦିଆ ଯାଉଥିବା ବେଳେ ଅନେକ ଜାଗାରେ ପ୍ରଶାସନ ପକ୍ଷରୁ କୌଣସି ଟେଣ୍ଡର ହେଉ ନ ଥିବାରୁ ଲୋକେ ଖୁଲମ ଖୁଲା ବାଲି ନେବା ସହଜ ମଣୁଛନ୍ତି ।ଏସଂପର୍କରେ କଣ୍ଟାମାଳ ତହସିଲଦାର ଶ୍ରୀଯୁକ୍ତ କର୍ଣ୍ଣ ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *