ଦେଶର ସୁରକ୍ଷା ପାଇଁ ସବୁବେଳେ ସଜାଗ ରହିଥାନ୍ତି ଭାରତୀୟ ସେନା । ନିଜ ଜୀବନକୁ ଖାତିର ନକରି ଦେଶର ସୁରକ୍ଷା କରିବାରେ ଲାଗି ପଡିଥାନ୍ତି ଯବାନମାନେ । ଦେଶ ପାଇଁ ବହୁ ଭାରତୀୟ ଯବାନ ସହୀଦ ମଧ୍ୟ ହୋଇଛନ୍ତି । ସେପରି ତ୍ରିପୁରାରେ ସହିଦ ହୋଇଛନ୍ତି ଜଣେ ଓଡିଆ ଯବାନ । ସୀମା ସୁରକ୍ଷା ବାହିନୀର ଓଡିଆ ଯବାନ ତ୍ରିପୁରାରେ ସହିଦ ହୋଇଛନ୍ତି । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବେଲଖାଣ୍ଡି ଗାଁର ନିବାସୀ ଇଶ୍ୱର ଚନ୍ଦ୍ର ବେହେରା । ସେ 2009 ମସିହାରେ ବିଏସଏଫରେ ଯୋଗ ଦେଇଥିଲେ । ତାଙ୍କ ମରଶରୀରକୁ ସକାଳୁ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କ ପରିବାର ଲୋକଙ୍କୁ ଏ ବାବଦରେ ଜଣାଯାଇଥିଲା । ଏହି ଖବର ଶୁଣିବା ପରେ ତାଙ୍କ ଗାଁ ସମେତ ସାରା ଓଡିଶାରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025