ଥମୁନି ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଅଡୁଆ । ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ନିଲମ୍ବିତ ହୋଇଥିବା ମହୁଆ ମୋଇତ୍ରାଙ୍କୁ ତୁରନ୍ତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ବଙ୍ଗଳା ଖାଲି କରିବାକୁ ପୂର୍ବରୁ ନୋଟିସ୍ ଜାରି କରାଯାଇଥିବା ବେଳେ ମହୁଆ ଏହାକୁ ଖାତିର କରି ନ ଥଲେ। ଏହାପରେ ଗତକାଲି ପୁଣି ଥରେ ତାଙ୍କୁ ନୋଟିସ ଜାରି କରି ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଇଛି। ମହୁଆ ସାଂସଦ ଥିବା ବେଳେ ଏହି ବଙ୍ଗଳା ତାଙ୍କୁ ଆବଣ୍ଟିତ କରାଯାଇଥିଲା। ମାତ୍ର ସାଂସଦ ପଦ ଚାଲିଯିବା ପରେ ତାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

You can share this post!
author