ରାତି ପାହିଲେ ପଡ଼ିବ ଭୋଟ . ହେଲେ ରାତି ସାରା ଥାନାରେ ଅଟକ ରହିଛନ୍ତି ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ . ଯାହାକୁ ଶୁଣିବା ପରେ ରାଗିଗଲେ ଝାସୁଗୁଡ଼ା ପୂର୍ବତନ ବିଧାୟିକା ଦିପାଳୀ ଦାସ . ତେବେ ଆଜି ଭୋଟ ପଡ଼ିବାକୁ ଥିବା ବେଳେ ରାତିରେ ବିଶାଳଙ୍କ ସହ ସମିତି ସଭ୍ୟ ଓ ସରପଂଚ ଅଟକ ଅଛନ୍ତି . କିରିମିରା ବ୍ଲକ ଅଧକ୍ଷାଙ୍କ ବିରୋଧରେ ଅନସ୍ଥା ଭୋଟ ରହିଥିବା ବେଳେ . ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ବେଆଇନ କହିଲେ ବିଶାଳ ଦାସ .
ଏପରି ଘଟଣାକୁ ଡାର୍ଟି ପଲିଟିକ୍ସ କହିଛନ୍ତି ପୂର୍ବତନ ବିଧାୟିକା ଦିପାଳୀ ଦାସ .ମୋ ଭାଇକୁ ଅଟକ ରଖିବା ଦୁଃଖନୀୟ ଗଣତନ୍ତ୍ରର ହତ୍ୟା ହୋଇଛି ବୋଲି ସେ କହିଛନ୍ତି .ତେବେ ସମିତି ସଭ୍ୟ ଓ ସରପଂଚଙ୍କୁ ଭେଟିବାକୁ ବିଶାଲ ଯାଇଥିଲେ ତାଙ୍କୁ ଅଟକ ରଖିଥିଲେ ପୋଲିସ . ସେପଟେ କିରିମିରାରେ ବ୍ଲକ ଅଧକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ରହିଛି . ସମିତି ସଭ୍ୟମାନେ ଭୋଟ ଦେଇ ନପାରିଲେ ଏଥିପାଇଁ ପୋଲିସ ଦାୟୀ ରହିବ ବୋଲି କୁହାଯାଉଛି .ତେବେ ଛତିଶଗଡ଼ ମହାସମୁଦ ଜିଲ୍ଲା ସରେଇପାଲି ଥାନାରେ ବିଶାଳଙ୍କୁ ଅଟକ ରଖିଛି ପୋଲିସ .ଗତକାଲି ବିଳମ୍ବିତ ରାତିରୁ ବିଶାଳ ଅଟକ ଥିବା ସୂଚନା ମିଳିଛି .ସେଠାରୁ ତାଙ୍କୁ ମୁକୁଳିବା ବ୍ୟବସ୍ଥା କରନ୍ତୁ ବୋଲି କହି ସେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି .