ଦୁର୍ଘଟଣା ଘଟାଇଲା ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ଗାଡି । ଆଜି ଅପରାହ୍ନ ସମୟରେ ଭୁବନେଶ୍ୱରରୁ ରାଉରକେଲାକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାଂସଦ ଜୁଏଲ ଓରାମଙ୍କ ଗାଡିର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବାଇକ ମଧ୍ୟ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଛି । କାମାକ୍ଷନଗର ଠାରେ ସାଂସଦଙ୍କ ଗାଡି ଜଣେ ବାଇକ ଚାଳକଙ୍କୁ ଧକ୍କା ଦେଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇତିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସାଂସଦ ଜୁଏଲ ଓରାମ । ତାଙ୍କ ଗାଡି ଆଗକୁ ହଠାତ୍ ବାଇକ ଆସିଯିବାରୁ ଦୁର୍ଘଟଣା ଘଟିଥିବା ଜୁଏଲ ଓରାମ କହିଛନ୍ତି । କାମାକ୍ଷାନଗର ଥାନାରେ ଜୁଏଲ ଉପସ୍ଥିତ ରହିଛନ୍ତି ।

You can share this post!
author
Related Articles
ଅଟୋକୁ ଧକ୍କା ଦେଲା ବିଧାୟକଙ୍କ କାର
- November 25, 2024
ଗିରଫ ହେଲେ ଅଷ୍ଟମ ଫେଲ ଗୁପ୍ତରୋଗୀ ନକଲି ଡାକ୍ତର
- November 15, 2024
ରୋଡ ଉପରେ ପାନ-ମସାଲା ଛେପ ପକାଇଲେ ସାବଧାନ ରୁହନ୍ତୁ….
- November 15, 2024