Boudh:
ଦଣ୍ଡୁଆଧାରୀ ଙ୍କୁ ଅନେକ ନିୟମ ନିଷ୍ଟl ଓ ଭକ୍ତି ଭାବ ନେଇ ଝାମୁ ଯାତ୍ରା କୁ ଯିବାକୁ ପଡିଥାଏ l l ହେଲେ ସବୁ ନିୟମକୁ ବେନିୟମ କରି ବେଖlତିର କରି ଆଜି ଏକ ଦଣ୍ଡୁଆଧାରୀ ସାଜିଲା ରକ୍ତପିପlଶୁ,ପନଖି ଚୋଟରେ କଲା ମହିଳାଙ୍କୁ ନିର୍ମମ ହତ୍ୟା! ,ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ପଲସପାଟ୍ ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ଆଜି ପଲସପାଟ ଗ୍ରାମରେ ଦିନ ୪ଟା ସମୟରେ ଚାରିଶମ୍ଭୁ ଦଣ୍ଡ ଯାତ୍ରା ଚାଲୁଥିଲା ବେଳେ ପ୍ରାୟ ୫.୩୦ମି ସମୟରେ ହଠାତ୍ ଜଣେ ବ୍ୟକ୍ତି ସେହି ଗ୍ରାମର ସୂର୍ଯ୍ୟକାନ୍ତି ପ୍ରଧାନ ବୟସ ୩୫ ନାମକ ଜଣେ ମହିଳାଙ୍କୁ ଗାଁ ରାସ୍ତାରେ ଗୋଡେଇ ଗୋଡେଇ ପନଖିରେ ଆକ୍ରମଣ କରିଥିଲା । ସେ ବ୍ୟକ୍ତି ଜଣକ ଚାରିଶମ୍ଭୁ ଦଣ୍ଡରେ ଆସିଥିବା ଜଣେ ଦଣ୍ଡୁଆ ବୋଲି କୁହାଯାଉଛି । ଏହି ଆକ୍ରମଣରେ ମହିଳାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ହତ୍ୟା ଅଭିଯୁକ୍ତକୁ ଗ୍ରାମବାସୀ କାବୁ କରି ନିସ୍ତୁକ ମାଡମାରିଥିବା ଜଣାପଡିଛି । ଏ ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି । ଖବର ପାଇ ବାଉଁଶୁଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା ଜାରିରଖିଛି । ଅନ୍ୟପଟେ ହତ୍ୟାର କାରଣ ଠିକ୍ ଭବେ ଜଣା ପଡ଼ିନାହିଁ ।