ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଚାଲିଛି ଧର୍ମମାସ କାର୍ତ୍ତିକ | ବିଭିନ୍ନ ମନ୍ଦିରରେ ଲାଗିଛି ଭକ୍ତଙ୍କ ପ୍ରବଳ ଭିଡ | ଭଗବାନଙ୍କୁ ଦର୍ଶନ କରି ଆଶ୍ରିର୍ବାଦ ନେଉଛନ୍ତି ଭକ୍ତ |ଠିକ ସେହିପରି ଆଜି ତୃତୀୟ ସୋମବାରରେ ମଧ୍ୟ କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା | ଠାକୁରଙ୍କ ନୀତିପାଳିଆ ଦ୍ୱାରା ଭୋର୍‌ ୪ଟାରୁ ମନ୍ଦିରର ଦ୍ୱାର ଫିଟାଯାଇ ଠାକୁରଙ୍କ ପହଡ଼ ଖୋଲା ଯାଇଥିଲା। ପରେ ମଙ୍ଗଳ ଆଳତି, ଚନ୍ଦନ ଅଗୁର ସମେତ ସୁବାସିତ ଦ୍ରବ୍ୟ ମିଶ୍ରିତ ୧୦୮ଗରା ନଦୀଜଳରେ ପ୍ରଭୁଙ୍କ ସ୍ନାନ ଓ ମାର୍ଜନା କରାଯାଇ ବଲ୍ଲଭ ଭୋଗ, ମଙ୍ଗଳାର୍ପଣ ଖେଚୁଡ଼ି ଭୋଗ ଲାଗି କରାଯାଇ ଆଳତି କରାଯାଇଥିଲା।

ତେବେ କାର୍ତ୍ତିକ ସୋମବାରରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ସମ୍ପନ୍ନ ହେବା ପରେ ଠାକୁରଙ୍କ ଦୈନନ୍ଦିନ ନୀତିଭୋଗ ଲାଗି ହୋଇଥାଏ । ପ୍ରତ୍ୟୁଷ ୫ଟାରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥିଲା। କାର୍ତ୍ତିକ ମାସ ସୋମବାର ଥିବାରୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନେ ଆସିଥିଲେ . ସେପଟେ ଭିଡକୁ ଦେଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପୋଲିସ ନିୟୋଜିତ ହୋଇଛନ୍ତି l

author

Related Articles

Leave a Reply

Your email address will not be published. Required fields are marked *