ଏପଟେ ଚାଲିଛି ଘମାଘୋଟ ଯୁଦ୍ଧ । ସେପଟେ ଅପରାଜିତା କରୁଛନ୍ତି ଦଳୀୟ ପ୍ରଚାର । ରାଗରେ ଚେୟାରରୁ ଉଠି ପଳାଇଲେ ଲୋକେ । ହଁ ଆଜ୍ଞା , ଥରେ ଦେଖନ୍ତୁ ଏହି ଖାଲି ଚେୟାର ପଡିଥିବା ଭିଡିଓଟିକୁ । କିପରି ଭାରତ ପାକିସ୍ତାନ ମଧ୍ୟକରେ ସମ୍ଭାବ୍ୟ ଯୁଦ୍ଧ ଭୟଙ୍କର ମୋଡ ନେଲାଣି । କିନ୍ତୁ ଏପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପଡିଛି ମିଶ୍ରଣ ପର୍ବ ଚିନ୍ତା । ଦଳୀୟ ପ୍ରଚାର କରିବା ଚିନ୍ତା । ଯେଉଁଥି ପାଇଁ ସେ ଲୋକଙ୍କୁ ଏକାଠି କରି ବିଜେପିର ପ୍ରଚାର ପ୍ରସାର କରୁଛନ୍ତି । କିନ୍ତୁ ସାଧାରଣ ଲୋକ ଏ କଥା ନଶୁଣି ଉଠିପଳାଇଥିବା ଏ ଖାଲି ଚେୟାର ଭିଡିଓରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।
ତେବେ ନିକଟରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବେଗୁନିଆ ବୋଲଗଡ ଠାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଶାଳ ଜନସମୁଦ୍ର ବିଶାଳ ପଦ ଯାତ୍ରା କରିବା ସହିତ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ଏବଂ ବିଜେପିରେ ଲୋକଙ୍କୁ ସ୍ୱାଗତ କରିଥିଲେ । କିନ୍ତୁ ଏଭଳି ଘଡିସନ୍ଧି ମୂହୂର୍ତରେ ସାରା ଦେଶରେ ଭାରତ ପାକିସ୍ତାନକୁ ନେଇ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ବିଜେପି ନେତା ତଥା ଖୋଦ ସାଂସଦ ଏବଂ ବିଧାୟକମାନେ କିପରି ମିଶ୍ରଣ ପର୍ବ କରୁଛନ୍ତି ଦଳୀୟ ପ୍ରଚାର କରୁଛନ୍ତି ତାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ । ତେବେ ନିକଟରେ ମୁଖ୍ୟମନ୍ତ୍ରୀ ଉତ୍ସବରେ ସାମିଲ ହୋଇଥିବା ବେଳେ ତାଙ୍କୁ ସମାଲୋଚନା କରାଯାଉଥିଲା । ଆଉ ଏବେ ଖୋଦ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମିଶ୍ରଣ ପର୍ବ କରୁଥିବା ଦେଖିବାକୁ ମିଳିଛି । ରାଜନୀତିରେ ଅପରାଜିତା ଜଣେ ଅଭିଜ୍ଞ ନେତ୍ରୀ ଭାବେ ପରିଚିତ ଥିବା ବେଳେ ଏପରି ଘଡିସନ୍ଧି ମୂହୂର୍ତ୍ତରେ ଦଳୀୟ ପ୍ରଚାର କରିବା ଏବ ଜନ ସମୁଦ୍ର ପଦ ଯାତ୍ରା କରିବାକୁ ଅନେକ ମହଲରେ ଆଦୌ ଗ୍ରହଣ କରାଯାଉନାହିଁ । ଏବଂ ବିଜେପିକୁ କେବଳ ନିର୍ବାଚନ ଚିନ୍ତା ଘାରିଥିବା ଚର୍ଚ୍ଚା ହେଉଛି ।
ତେବେ କେବଳ ଯେ, ଅପରାଜିତା ଏବଂ ମୋହନ ମାଝୀ ଏପରି ଆଚରଣ କରୁଛନ୍ତି ତାହା ନୁହେଁ । ରାଜ୍ୟ ବିଜେପିର ଅନେକ ମନ୍ତ୍ରୀ ମଧ୍ୟ ନିଜ ନିଜ କାମରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ତେବେ ଦେଖାଯାଉ ଏପରି ସମୟରେ ରାଜ୍ୟ ବିଜେପି ନେତାଙ୍କ ଏପରି ଆଚରଣ ସାଧାରଣ ଜନତାଙ୍କ ଉପରେ କେଉଁ ପ୍ରଭାବ ପକାଉଛି ଏବଂ ଆଗାମୀ ନିବାଚନରେ ଏହାର ଫଳ ସାଧାରଣ ଜନତା କିପରି ଦେଉଛନ୍ତି ।ଖୋଦ ଭୁବନେଶ୍ୱର ସାଂସଦ ଏପରି ଆଚରଣ କରିବାକୁ ସାଧାରଣରେ ଗ୍ରହଣ କରାଯାଉନାହିଁ ।