ଦିନକୁ ଦିନ ବଦଳୁଛି ବିଜେଡିର ରଣନୀତି । ପ୍ରଥମେ ଯାହାକୁ ସମାଲୋଚନା କରୁଥିଲା ଏବେ ସେଇ ପନ୍ଥାକୁ ଆପଣାଉଛି ବିଜୁ ଜନତା ଦଳ । ହଁ ଆଜ୍ଞା, ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜେଡି କ୍ଷମତାସୀନ ହେବା ପରେ ଏବେ ମାଟି କାମୁଡି ପଡିଛି । ଆଉ ପୁଣି ଥରେ ଦଳକୁ ମଜବୁତ କରିବା ପାଇଁ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଦିନରାତି ଏକ କରି ରଣନୀତି ପ୍ରସ୍ତୁତ କରୁଛନ୍ତି ବିଜେଡି ସୁପ୍ରିମୋ । । ଏଥିପାଇଁ ପ୍ରତିଦିନ ଶଙ୍ଖ ଭବନ ଏବଂ ନବୀନ ନିବାସରେ ନେତା କର୍ମୀଙ୍କୁ ନେଇ ବିଜେଡି ସଭାପତି ବୈଠକ ଉପରେ ବୈଠକ କରୁଥିବା ବେଳେ ଏବେ ନୂଆ ନୂଆ କମିଟି ମଧ୍ୟ ଗଠନ କରାଯାଉଛିା ହାରିବାର ୩ ମାସ ପରେ ଦଳ କାହିଁକି ହାରିଲା ସେନେଇ ତର୍ଜମା କରିବା ପାଇଁ ଦଳର ବରିଷ୍ଠ ନେତାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରି ସେମାନଙ୍କୁ ଦାୟିତ୍ୱ ଦିଆଯାଉଛି । ଆଉ ଏବେ ତ ବିଜେପି ଦଳକୁ ସଙ୍ଗଠିତ କରି ରଖିବା ପାଇଁ ଯେଉଁ ପନ୍ଥା ଆପଣାଇଥିଲା ବିଜେଡି ବି ସେଇ ପନ୍ଥା ଆପଣାଇଛି । ଆସନ୍ତା ଅକ୍ଟୋବର ୯ ତାରିଖରୁ ବିଜେଡି ବି ନିଜର ସଦସ୍ୟତା ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏବଂ ଏହି ନିଷ୍ପତ୍ତି ଖୋଦ ଦଳର ସଭାପତି ନବୀନ ପଟ୍ଟନାୟକ ନେଇଛନ୍ତି । ସମସ୍ତ ପୂଜା ପବାଣୀରେ ନବୀନ ଦଳରେ କିଛି ଟା ପରିବର୍ତନ କରୁଥିବା ନଜର ଆସୁଛନ୍ତି ।ଠାକୁରଙ୍କ ଆଶୀବାଦ ନେଇ ନବୀନ ବଡ ବଡ ନିଷ୍ପତ୍ତି ନେଉଛନ୍ତି । ପ୍ରଥମେ ରଥଯାତ୍ରାରେ ଦଳର ନବ କଳେବର କରିଥିଲେ ପରେ ଗଣେଷ ପୂଜାରେ ମଧ୍ୟ ନବୀନ ଏକ ଭିନ୍ନ ରୂପରେ ନଜର ଆସିଥିଲେ । ଆଉ ଏବେ ଦଶହରାରେ ଦଳର ଉନ୍ନତି ପାଇଁ ବିଜେପିର ଏହି ରାସ୍ତା ଆପଣାଇଛନ୍ତି ନବୀନ । ପ୍ରଥମେ ଏହାକୁ ବିଜେଡି ସମାଲୋଚନା କରୁଥିବା ବେଳେ ଏବେ ସେଇ ରାସ୍ତା ଦେଇ ଯିବା ପାଇଁ ନବୀନ ନିଷ୍ପତ୍ତି ନେଇଛନ୍ତି । ଏହା ସହ ଲୋକଙ୍କ ସହ ଯୋଡି ହୋଇ ରହିବା ପାଇଁ ଜନସମ୍ପର୍କ ପଦ ଯାତ୍ରା କରିବାକୁ ମନବଳାଇଛି । ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରୁ ୨ଟି ପର୍ୟ୍ୟାୟରେ ଦଳର ଏହି ଜନସମ୍ପର୍କ ପଦଯାତ୍ରା ଚାଳିବ । ପ୍ରଥମ ପର୍ୟ୍ୟାୟରେ ଅକ୍ଟୋବର ୨ରୁ ୬ତାରିଖ ଓ ଦ୍ୱିତୀୟ ପର୍ୟ୍ୟାୟରେ ଅକ୍ଟୋବର ୨୧ରୁ ୩୦ତାରିଖ ପର୍ୟ୍ୟନ୍ତ ଚାଲିବ । ପଦଯାତ୍ରାରେ ଦଳର ନେତାମାନଙ୍କୁ ଗାଁକୁ ଯାଇ ସାଧାରଣ ଲୋକଙ୍କ ସହ ଯୋଡ଼ି ହେବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି ଆସନ୍ତା ଅକ୍ଟୋବର ୯ତାରିଖ ଗୋପବନ୍ଧୁ ଜୟନ୍ତୀରୁ ଦଳର ସଦସ୍ୟତା ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଦୁଇମାସ ଧରି ଏହି ସଦସ୍ୟତା ଅଭିଯାନ ଚାଲିବ ବୋଲି ଜଣାପଡିଛି । ଆଉ ଦୁଇ ମାସ ପରେ ବର୍ଷ ଶେଷକୁ ରାଜ୍ୟ ରାଜନୀତିରେ ଏକ ବଡ ପରବର୍ତନ ଦେଖାଯାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଲୋକମାନେ ଏବେବି ଝୁରୁଥିବାରୁ ଏହା ବିଜେଡି ପାଇଁ ବରଦାନ ସାଜିପାରେ ବୋଲି ସେଥିରେ ସନ୍ଦେହ ନାହିଁ । ତେବେ ଦେଖାଯାଉ ବିଜେଡି ଏବଂ ବିଜେପିର ସଦସ୍ୟତା ଅଭିଯାନରେ କିଏ ସଫଳ ହେଉଛି ଏବଂ କାହାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

You can share this post!
author