ଦାନ୍ତ ନଘଷିଲେ ହେବ ଏହି ରୋଗ

ଦାନ୍ତ ନଘଷିଲେ ହେବ ଏହି ରୋଗ

ଆମର ଦୈନନ୍ଦିନ ଜୀବନରେ ଗାଧୋଇବା,ବ୍ରଶ କରିବା ଏ ସବୁ ଏକ ନିତିଦିନିଆ କାର୍ଯ୍ୟକ୍ରମ ଅଟେ । ସାଧାରଣତଃ ସକାଳୁ ଉଠିବା ପରେ ଦାନ୍ତ ଘଷିବା ପ୍ରାୟତଃ ଲୋକଙ୍କ ଦୈନନ୍ଦିନ ଅଭ୍ୟାସ । ଯଦି ଏଥିରେ ଆମେ ଟିକିଏ ବି ଖିଲାପ କରନ୍ତି ତେବେ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଉପୁଜିପାରେ । ଆପଣମାନେ ଜାଣିଛନ୍ତି କି ଯଦି ଆପଣ ଠିକ ଭାବରେ ଦାନ୍ତ ନ ଘଷିବା ଆମ ଶରୀର ପ୍ରତି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଯଦି ଆପଣ ଠିକ୍ ଭାବେ ଦାନ୍ତ ସଫା କରୁନାହାନ୍ତି ତେବେ ଏହା ଆପଣଙ୍କର ହୃଦୟ ଉପରେ ପ୍ରଭାବ ପକାଇଥାଏ ।
ବିଶେଷଜ୍ଞଙ୍କ ମତାନୁଯାୟୀ ପାଟିରେ ଥିବା ଜୀବାଣୁ ରକ୍ତ ପ୍ରବାହରେ ଭିତରକୁ ପ୍ରବେଶ କରନ୍ତି ଏବଂ ଏହା ସମୟ ସହିତ ହୃଦୟକୁ ପ୍ରଭାବିତ କରିଥାଏ । ଏହାବ୍ୟତୀତ ମାଢି ସମସ୍ୟା ହୃଦରୋଗ ସହିତ ଜଡିତ ଅଟେ । ଯଦି ଆପଣ ଠିକ ଭାବେ ଦାନ୍ତ ସଫା ନକରନ୍ତି ତେବେ ଏହା ମାଢି ରୋଗ ସୃଷ୍ଟି କରିପାରେ । ଏକ ରିପୋର୍ଟ ଅନୁଯାୟୀ ଯେଉଁମାନେ ନିୟମିତ ଭାବରେ ଦାନ୍ତ ଘଷନ୍ତି ଏବଂ ଦାନ୍ତ ଯାଞ୍ଚ କରନ୍ତି, ସେମାନଙ୍କ ହୃଦଘାତ ହେବାର ଆଶଙ୍କା କମ୍ ଥାଏ।
ନିଦରୁ ଉଠିବା ପରେ ସକାଳେ ବ୍ରଶ କରିବା ସାଧାରଣ କଥା କିନ୍ତୁ ରାତିରେ ଶୋଇବା ପୂର୍ବରୁ କେହି କେହି ବ୍ରଶ କରିବାକୁ ଭୁଲିଯାଆନ୍ତି କିମ୍ୱା କିଛି ଲୋକ ରାତି ସମୟରେ ବ୍ରଶ କରନ୍ତି ନାହିଁ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାତି ସମୟରେ ବ୍ରଶ କରିବା ମଧ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ରାତି ସମୟରେ ବ୍ରଶ କରିବା ଦ୍ୱାରା ମାଢି ସୁସ୍ଥ ରହିଥାଏ ଏବଂ ହୃଦଘାତରୁ ରକ୍ଷା ମିଳିଥାଏ । ତେବେ ନିଜକୁ ହୃଦଘାତ ପରି ସମସ୍ୟାରୁ ରକ୍ଷା କରିବାକୁ ଚାହୁଁଥିଲେ ନିଜ ଦାନ୍ତକୁ ସଫା ରଖନ୍ତୁ ଏବଂ ଦିନରେ ଦୁଇ ଟାଇମ ବ୍ରଶ କରନ୍ତୁ ଯାହାଦ୍ୱାରା କି ହୃଦଘାତ ଘଟିବାର ଆଶଙ୍କା କମ ରହିଥାଏ ।

author

Related Articles

Leave a Reply

Your email address will not be published. Required fields are marked *