କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଠାରେ ସାଇବର ସୁରକ୍ଷା ସଚେତନତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଙ୍କ ନେତୃତ୍ବରେ ବ୍ଲକ ପ୍ରଶାସନ ଓ ତହସିଲ ପ୍ରଶାସନର ସହାୟତା ରେ ପ୍ରଥମେ ଥାନା ପରିସରରୁ ଦାରିଙ୍ଗବାଡି ରେ ଥିବା ପ୍ରତ୍ୟେକ ସ୍କୁଲ୍ ଓ କଲେଜ ର ଶତାଧିକ ଛାତ୍ରଛାତ୍ରୀ ଙ୍କ ସହାୟତା ରେ ଦାରିଙ୍ଗବାଡି ସହର ପରିକ୍ରମା କରି ସାଇବର ସୁରକ୍ଷାର ସଚେତନର ରଥକୁ ସ୍ବାଗତ ସମ୍ବର୍ଧନା କରି ସଚେତନ ବାର୍ତ୍ତା ଦେଇଥିଲେ ।ପରେ ପଥ ପ୍ରାନ୍ତ ସୁବିଧା କେନ୍ଦ୍ରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଏକ ନାଟକ ମାଧ୍ୟମରେ ସାଇବର ଠକେଇ ରୁ ବଞ୍ଜିବା ପାଇଁ ସଚେତନ ବାର୍ତ୍ତା ଦିଆଯାଇଥିଲା।

ଏହା ବ୍ୟତୀତ ସାଇବର କ୍ରାଇମ ଏକ୍ସ୍ ପୋର୍ଟ ମାନେ ନିରୀହ ଲୋକ କେଉ ଭୋଳି ଭାବେ ସାଇବର ଠକେଇର ଶିକାର ହେଉଛନ୍ତି ସେହି ବିଷୟରେ ସଚେତନ ବାର୍ତ୍ତା ଦେଇଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଘୁ. ଉଦୟଗିରି ବିଧାୟକ ଶ୍ରୀ ଯୁକ୍ତ ସାଲୁଗା ପ୍ରଧାନ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଡି.ଏସ୍ .ପି ଶ୍ରୀ ହୃଷୀକେଶ ନାୟକ, ସାଇବର ଥାନା ଇନ୍ସପେକ୍ଟର ତରୁଣ ତପନ ବେହେରା,ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ଗଦାଧର ପାତ୍ର, ତହସିଲ ଦାର ଶରତ ଶବର, ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଏବଂ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇଥିଲେ।
ରିର୍ପୋଟ- ରାଜୀବ ମୁଠାମାଝୀ