ଦାରୁ ପରେ ରତ୍ନଭଣ୍ଡାର ଚିନ୍ତା !

ଦାରୁ ପରେ ରତ୍ନଭଣ୍ଡାର ଚିନ୍ତା !

ପୁଣି ତେଜିଲା ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ସୁରକ୍ଷା କଥା । ଶ୍ରୀମନ୍ଦିରରେ ଥିବା ଦାରୁ ପଶ୍ଚିମବଙ୍ଗରେ ପହଁଞ୍ଚିବା ଘଟଣା ପରେ ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନଅଳଙ୍କାର ସବୁ ସୁରକ୍ଷିତ ଅଛି ନା ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାହିଁକି ନା ରତ୍ନଭଣ୍ଡାର ଖୋଲିବାର ଅନେକ ମାସ ବିତିଗଲାଣି । ହେଲେ ଏଯାଏଁ ରତ୍ନଭଣ୍ଡାରରେ ଥିବା ରତ୍ନଅଳଙ୍କାର ଗୁଡିକର ନା ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି ନା ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ସମାପ୍ତ ହୋଇଛିା ଯାହାକୁ ନେଇ ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏବଂ ମୋହନ ସରକାରରେ ତାଳମେଳ ରହୁନଥିବା କାରଣରୁ ଦାରୁ ଭଳି ରତ୍ନଭଣ୍ଡାରର ଅଳଙ୍କାର ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

କାହିଁକି ନା ରତ୍ନଭଣ୍ଡାର ଖୋଲା ହେବା ପରେ ପରେ ଭୁବନେଶ୍ୱର ବିମାନ ବନ୍ଦରରୁ କୋଟି କୋଟି ଟଙ୍କାର ସୁନା ଗହଣା ଜବତ ହୋଇଥିଲା । କେଉଁଠୁ ଏ ସୁନା ଭୁବନେଶ୍ୱର ଆସିଲା ନା ଭୁବନେଶ୍ୱରରୁ ସୁନା ଅନ୍ୟତ୍ର ସ୍ଥାନାନ୍ତରିତ ହେଉଥିଲା ଏବଂ ଏହା ପଛରେ କିଏ ରହିଛି ସେନେଇ କିଛି ବି ସ୍ପଷ୍ଟତା ଆସିନଥିଲା । ନା ଏହା ପଛର କିଛି ସୁରାଗ ପୋଲିସ ହାତରେ ଲାଗିଥିଲା । ଫଳରେ ଏ ସୁନାଗହଣା ରତ୍ନଭଣ୍ଡାରର ବୋଲି ଅନେକ ଆଶଙ୍କା କରୁଥିଲେ । ଅନ୍ୟପଟେ ମୋହନ ସରକାର ମଧ୍ୟ ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ରତ୍ନଅଳଙ୍କାରର ହିସାବ ଲୋକଲୋଚନକୁ ଆଣୁନାହାନ୍ତି । ନା ଗଣତି କାଯ୍ୟ ଆରମ୍ଭ କରୁଛନ୍ତିା କେବଳ ଦିନ ପରେ ଦିନ ଗଡିଚାଲିଛି । ଏବଂ ରତ୍ନଭଣ୍ଡାରର ରହସ୍ୟ ରହସ୍ୟ ଘେରରେ ରହିଯାଉଛି । ଯାହାଦ୍ୱାରା ପ୍ରଶାସନକୁ ନେଇ ଦ୍ୱନ୍ଦ୍ୱ ଆହୁରି ଘନଉଛି ।

ଅନ୍ୟପଟେ , ବିଜେଡି ସରକାରରେ ଥିବା ବେଳେ ରତ୍ନଭଣ୍ଡାରକୁ ନେଇ ଅନେକ ମନଗଢା କାହାଣୀ ବିଜେପି ରଚିଥିଲା । ରତ୍ନଭଣ୍ଡାରରେ ଗୁପ୍ତ ସୁଡଙ୍ଗ ଥିବା ଏବଂ ଏହି ସୁଡଙ୍ଗ ମାଧ୍ୟମରେ ଭିକେ ପାଣ୍ଡିଆନ ରତ୍ନଅଳଙ୍କାର ସବୁ ତାମିଲନାଡୁ ନେଇ ପଳେଇଥିବା ଏପରି ନାନା କାହାଣୀ ବିଜେପି ଲୋକଲୋଚନକୁ ଆଣିଥିଲା । ଏପରିକି ରତ୍ନଭଣ୍ଡାରର ଚାବି ମଧ୍ୟ ପାଣ୍ଡିଆନ ନେଇ ଚାଲିଯାଇଥିବା ମିଛ ଅଭିଯୋଗ କରିଥିଲା ବିଜେପି । ଏବଂ ନିଜେ ସରକାରକୁ ଆସିଲେ ରତ୍ନଭଣ୍ଡାରର ରହସ୍ୟ ଲୋକଲୋଚନକୁ ଆଣିବା ନେଇ ବଡ ବଡ ଘୋଷଣା କରୁଥିଲା । କିନ୍ତୁ ରତ୍ନଭଣ୍ଡାରକୁ ଯାଇ ଭିତରର ଦୃଶ୍ୟ ଦେଖିବା ପରେ ବିଜେପି ବି ନିଜ ପାଟିରେ ତୁଣ୍ଡି ବାନ୍ଧି ଦେଇଛି । ତେବେ ଦେଖାଯାଉ ରତ୍ନଭଣ୍ଡାରର ରହସ୍ୟ କେବେ ସାମ୍ନାକୁ ଆସୁଛି ନା ବିଜେପି ଭିତରେ ଭିତରେ କିଛି ଚାଲ୍ ଚଳାଇ ଏହାକୁ ରହସ୍ୟରେ ରଖୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *