ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କଂଗ୍ରେସର ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ । ହୋମଯଜ୍ଞ ପରେ ନିଜ ସିଟରେ ବସିଛନ୍ତି ଭକ୍ତ । ତେବେ ଦୀର୍ଘ ମାସ ପରେ ଶେଷରେ ପିସିସି ମୁଖିଆ ନାଁ ଘୋଷଣା ହୋଇଥିବା ବେଳେ ଭକ୍ତ ଚରଣ ଦାସ ରାଜ୍ୟ କଂଗ୍ରେସର ମଙ୍ଗୁଆଳ ସାଜିଛନ୍ତି । ଆଜି ସେ ଦାୟିତ୍ୱ ନେବା ପୂର୍ବରୁ ରିଷ୍ଟ ଖଣ୍ଡନ ପାଇଁ ହୋମଯଜ୍ଞ କରାଯାଇଥିବା ଦେଖିବାକୁ ମିଳିଛି । ପୂଜକଙ୍କ ଉପସ୍ଥିତିରେ ପୂଜା କରାଯାଇଛି। ସେପଟେ ସଂକଳ୍ପ ଯାତ୍ରା ସାରି କଂଗ୍ରେସ ଭବନରେ ଭକ୍ତ ଦାସ। ଭବ୍ୟସ୍ବାଗତ କଲେ ନେତା ଓ କର୍ମୀ। ଶୁଭବେଳା ବେଳା ଦେଖି କଂଗ୍ରେସ ଭବନ ଭିତରକୁ ପ୍ରବେଶ କରିଛନ୍ତି ।ଏଥିସହ ସାମ୍ବାଦିକ ସମ୍ବିଳନୀ କରି ସେ କହିଛନ୍ତି ସଂଗଠନ କୁ ସୁଦୃଢ କରିବା ପାଇ କିଛି ନୂଆ କରିବାକୁ ଆମେ ଚେଷ୍ଟା କରିଛୁ ସେଥିପାଇଁ ବିମାନ ବନ୍ଦର ରୁ ସିଧା ଜଗନ୍ନାଥ ମନ୍ଦିର କୁ ଚାଲିଥିଲୁ ପଦ ଯାତ୍ରା ର ସଂଙ୍କଳ୍ପ ବି ନେଲୁ , ସେହି ସଂଙ୍କଳ୍ପ ଭିତରେ ଥିଲା ସମର୍ପଣ ଭାବ ଜଗନ୍ନାଥ ଙ୍କ ମାର୍ଗ ଦର୍ଶନ ରହିଛି ଗରିବ ଙ୍କ ପାଇଁ କାମ କରିବାକୁ , ଏଥିସହ ସମସ୍ତଙ୍କ ସହଯୋଗ ମୋ ସହ ଅଛି , ରାଜ୍ୟବାସୀଙ୍କୁ ସହଯୋଗ ନିମନ୍ତେ ନିବେଦନ କରିଛନ୍ତି ।

You can share this post!
author