ମୋହନ ମାଝୀ ଲୋକଙ୍କ ମୁଖ୍ୟମନ୍ତ୍ରୀ, ସାଧାସିଧା ମୁଖ୍ୟମନ୍ତ୍ରୀ । ସାଧାରଣ ଜୀବନଶୈଳୀରେ ବଞ୍ଚିବାକୁ ପସନ୍ଦ କରନ୍ତି ମୋହନ । କିନ୍ତୁ ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ଜୀବନଶୈଳୀ ଯେ, କେତେ ପରିବର୍ତନ ହୋଇଯାଇଛି ତାହା ଆକଳନ ବାହାରେ । ଲୋକ ଦେଖାଣିଆ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରକୁ ଆସିବାର କିଛି ମାସ ପଯ୍ୟନ୍ତ ସାଧାରଣ ଲୋକଙ୍କ ଘରେ ଯାଇ ଖାଇବାଠୁ ଆରମ୍ଭ କରି ରାସ୍ତା କଡରୁ ଜିନିଷ କିଣୁଥିଲେ । କିନ୍ତୁ ଏବେ ତାଙ୍କ ଦିନକର ଖର୍ଚ୍ଚ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ ।
ତେବେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ଏ ସମ୍ପର୍କରେ ଏକ ଭିଡିଓ କରିଥିବା ଜଣାପଡିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏ ଭିଡିଓ ସମସ୍ତଙ୍କୁ ଆଶ୍ଚଯ୍ୟଚକିତ ମଧ୍ୟ କରିଛି । କାହିଁକି ନା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘଣ୍ଟାକୁ ବିମାନ ଖର୍ଚ୍ଚ ୮ ଲକ୍ଷ ଟଙ୍କା ଥିବା କହିଛନ୍ତି ରୁବେନ ବାନାର୍ଜୀ । ପ୍ରାଇଭେଟ୍ ବିମାନ ହାୟାର କରିବା ସହିତ ଏଥିପାଇଁ ମୋହନ ମାଝୀ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନ୍ୟ ରାଜ୍ୟକୁ କିମ୍ବା ଅନ୍ୟ ସ୍ଥାନକୁ ଗସ୍ତ କରିବା ସମୟରେ ମଧ୍ୟଏପରି ପ୍ରାଇଭେଟ ବିମାନ ଭଡା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସୂଚନା ଦେଇଛନ୍ତି ରୁବେନ ।ଏହା ସହ ଅନ୍ୟ ରାଜ୍ୟକୁ ଗସ୍ତ କରିବା ସମୟରେ ମୋହନ ଯେଉଁ ହୋଟେଲରେ ରହୁଛନ୍ତି ସେ ଖର୍ଚ୍ଚର ଚିଠା ମଧ୍ୟ ଖୋଲିଛନ୍ତି । କେବଳ ରାତ୍ରି ରହଣୀ ପାଇଁ ୩ ରୁ ୪ ଲକ୍ଷ ଟଙ୍କା ପାଣି ଭଳି ମୋହନ ଉଡାଇ ଦେଉଛନ୍ତି । ଯାହା ଲୋକଙ୍କ ମୁଖ୍ୟମନ୍ତ୍ରୀ ଟ୍ୟାଗର ଓଲଟା ଚିତ୍ରକୁ ଦର୍ଶାଯାଉଛି ।
ତେବେ ରୁବେନଙ୍କ ସୂଚନା ଅନୁସାରେ, ଅନେକ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ନିକଟରେ ଭୁବନେଶ୍ୱରରୁ ପୁରୀ ଯିବା ପାଇଁ ବି ମୁଖ୍ୟମନ୍ତ୍ରୀଙ୍କୁ ହେଲିକପ୍ଟର ଦରକାର ପଡିଥିଲା । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଧରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଲିକପ୍ଟର ଯୋଗେ ପୁରୀ ଯାଇଥିବା ଏକ ଫଟୋ ଭାଇରାଲ ହୋଇଥିଲା। କମ୍ ସମୟର ରାସ୍ତା ପାଇଁ ମୋହନଙ୍କ ହେଲିକପ୍ଟର ବ୍ୟବହାରକୁ ସାଧାରଣରେ ସମାଲୋଚନା କରାଯାଉଥିଲା । ଆଉ ଏବେ ରୁବେନ୍ ବାନାର୍ଜୀଙ୍କ ତଥ୍ୟ ଏହାକୁ ଖୋରାକ ଯୋଗାଇଛି । ତେବେ ଦେଖାଯାଉ ରୁବେନ୍ଙ୍କ ଏହି ଭିଡିଓ ବିଜେପି ଶିବିରରେ କେଉଁ ହଲଚଲ୍ ସୃଷ୍ଟି କରୁଛି ଏବଂ ମୋହନ ମାଝୀଙ୍କ ରିଆକ୍ସନ କଣ ରହୁଛି ।