ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟର ଡାଭିଡ୍ ୱାର୍ଣ୍ଣର। ପୂର୍ବରୁ ଟେଷ୍ଟରୁ ଅବସର ଘୋଷଣା କରିସାରିଛନ୍ତି ୩୭ ବର୍ଷୀୟ ୱାର୍ଣ୍ଣର। ଆସନ୍ତା ବୁଧବାର (୩ ତାରିଖ) ଠାରୁ ହୋମ୍ ଟାଉନ୍ ସିଡ୍ନୀରେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ଶେଷ ଟେଷ୍ଟ ଖେଳିବା ପୂର୍ବରୁ ସେ ଦିନିକିଆରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ତେବେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ସେ ଉପଲବ୍ଧ ଥିବା କହିଛନ୍ତି। ଯଦି ଦଳ ତାଙ୍କ ଆବଶ୍ୟକତା ଅନୁଭବ କରେ, ତା’ହେଲେ ସେ ଉପଲବ୍ଧ ରହିବେ ବୋଲି କହିଛନ୍ତି। ସେହିପରି ୱାର୍ଣ୍ଣର ଟିଟ୍ୱେଣ୍ଟିରେ ଖେଳ ଜାରି ରଖିବେ । ୩୭ ବର୍ଷୀୟ ୱାର୍ଣ୍ଣର ୧୬୧ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ୧୬୧ ଦିନିକିଆରେ ୨୨ ଶତକ ସହ ୬୯୩୨ ରନ୍ କରିଛନ୍ତି । ସେ ତାଙ୍କ କ୍ୟାରିୟର ୧୧୨ ତମ ତଥା ଶେଷ ଟେଷ୍ଟ ପାକିସ୍ତାନ ବିପକ୍ଷରେ ଆସନ୍ତା ବୁଧବାର ଠାରୁ ଖେଳିବେ।

You can share this post!
author
Related Articles
ମୁହଁ ଖୋଲିଲେ ରୋହିତ୍
- March 11, 2025
ଭାରତ ପାଇଁ ଆସୁଛି ପରୀକ୍ଷାର ବେଳ !
- March 3, 2025
ଭାରତ-ପାକ୍ ଦମଦାର ଲଢେଇ..ଫ୍ରିରେ ମ୍ୟାଚ୍ ଦେଖାଉଛି ଏହି ଆପ୍…
- February 23, 2025