ଦିନେ ଭାରତର ରାଫେଲକୁ ନେଇ ଥଟ୍ଟା କରୁଥିଲା ପାକିସ୍ତାନ । ଏବେ ସେହି ରାଫେଲ ପାଇଁ ପାକିସ୍ତାନରେ ଜଳୁଛି ନିଆଁ । ହଁ ଦର୍ଶକବନ୍ଧୁ, ଭାରତର ରାଫେଲ କଣ ପାଇଁ ଅଛି । କଣ ଲେମ୍ବୁ କଞ୍ଚାଲଙ୍କା ଦେଇ ପୂଜା କରିବାକୁ ରଖିଛ । ଏପରି ଭାରତକୁ କଟାକ୍ଷ କରି ମଜାକ୍ ଉଡାଉଥିଲା ଆତଙ୍କୀସ୍ଥାନ ପାକିସ୍ଥାନ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାଫେଲ କିଣିବାପରେ ଏହାର ବ୍ୟବହାର କେତେବେଳେ ହେବ ସେନେଇ ଥଟ୍ଟା କରୁଥିଲା ପାକିସ୍ତାନ । କିନ୍ତୁ ଏବେ ସେହି ରାଫେଲ୍ ପାଇଁ ପାକିସ୍ତାନରେ ହୁତୁହୁତୁ ହେଇ ନିଆଁ ଜଳୁଛି । ଭାରତର ପ୍ରତିଶୋଧର ନିଆଁରେ ଜଳୁଛି ଆତଙ୍କୀଙ୍କ ଅଡ୍ଡା । ଖୋଜି ଖୋଜି ୯ଟି ଆତଙ୍କୀ ଶିବିର ସହ ପ୍ରାୟ ୩୦୦ ଆତଙ୍କବାଦୀ ମୁଣ୍ଡ ଗଡାଇଛି ଭାରତୀୟ ସେନା । ପହଲଗାମ ନରସଂହାର ଘଟଣାକୁ ନେଇ ଇଟାର ଜବାବ ପଥରରେ ଦେଇଛି ଭାରତ ।
୧୫ ଦିନ ପରେ ଭାରତ ନିଜର ପ୍ରତିଶୋଧ ନେଇଛି । ମଧ୍ୟରାତ୍ରିରେ ପାକିସ୍ତାନରେ ରାଫେଲ ମାଧ୍ୟମରେ ପଶି ଖୋଜି ଖୋଜି ପାକିସ୍ତାନର ଆତଙ୍କୀ ଅଡ୍ଡାକୁ ଧ୍ୱଂସ କରିଛି ଭାରତୀୟ ସେନା । ମଧ୍ୟ ରାତିରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା ଭାରତୀୟ ସେନା । ପାକ୍ ଅଧିକୃତ କାଶ୍ମୀର ଚକ୍ଟକ ର ୯ଟି ଆତଙ୍କୀ ଶିବିର ଉପରେ ଆକ୍ରମଣ ହୋଇଛି। ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେଉଁଠୁ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ କରୁଥିଲେ ଓ ଯୋଜନା ପ୍ରସ୍ତୁତ କରୁଥିଲେ ସେସବୁକୁ ଟାର୍ଗେଟ କରାଯାଇଛି। ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି। ଅପରେସନ୍ ସିନ୍ଦୂରରେ ଆତଙ୍କବାଦୀ ମାସୁଦ ଆଝାରର ବାହାବଲପୁର ଠିକଣାରେ ହୋଇଛି ହମଲା। ‘ଅପରେସନ୍ ସିନ୍ଦୂର’ରେ ସାମିଲ ଥିଲେ ତିନି ସେନା। ୧୯୭୧ ଯୁଦ୍ଧ ପରେ ପ୍ରଥମ କରି ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ଭାରତ । ତେବେ ପାକିସ୍ତାନର କୌଣସି ସାମରିକ ବ୍ୟବସ୍ଥାକୁ ଟାର୍ଗେଟ କରାଯାଇନି ।