ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଦିଲ୍ଲୀରେ ବାଣ ଫୁଟାଇବା ପାଇଁ ସୁପ୍ରିମକୋର୍ଟ କଟକଣା ଲଗାଇଥିଲେ । କିନ୍ତୁ ଏହାକୁ ଫୁ କରି ଉଡାଇ ଦେଲେ ଦିଲ୍ଲୀ ବାସିନ୍ଦା । ଲୋକେ କଟକଣାକୁ ମାନିଲେନି । ବାଣ ଫୁଟାଇବା ଉପରେ କଟକଣା ଲାଗିଥିବା ସତ୍ୱେ ଦିଲ୍ଲୀରେ ଲୋକେ ବାଣ ଫୁଟାଇଥିବା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଦିଲ୍ଲୀରେ ବାୟୁ ଅଧିକ ପ୍ରଦୂଷିତ ହୋଇଥିବା ଦେଖିବାକୁ ମିଳିଛି । କୁହୁଡି ସହ ଧୂଆଁ ଯୋଗୁ ବାୟୁର ମାନ ଖରାପ ହୋଇପଡିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦୁଇ ଗୁଣା ଖରାପ ହୋଇ ଯାଇଛି । ଆଜି ସକାଳୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ମାନ ଅତି ଶୋଚନୀୟ ଥିବା ରେକର୍ଡ ହୋଇଛି । ଇଣ୍ଡିଆ ଗେଟ୍ ଠାରେ ବାୟୁର ମାନ ସବୁଠାରୁ ଖରାପ ରହିଥିବା ସୂଚନା ମିଳିଛି ।

You can share this post!
author
Related Articles
ନିର୍ବାଚନ ସ୍ଥଗିତ ଖପ୍ପା ନବୀନ
- June 1, 2025
ନବୀନଙ୍କୁ ଚିଠି ଲେଖିଲେ…
- June 1, 2025