କାହିଁକି ଏତେ ଖୁସି ଅଛନ୍ତି ଦୀପାଳୀ ଦାସ ?. ଆଉ ଏତେ ଖୁସିରେ ଖେଳୁଛନ୍ତି କ୍ୟାରମ . ତେବେ ନିର୍ବାଚନ ହାରିବା ପରେ ଏବେ ଦିପାଳୀଙ୍କ ବଢ଼ିବାରେ ଲାଗିଛି ଲୋକ ପ୍ରିୟତା . ତାଙ୍କୁ ବିଭିନ୍ନ ସମୟରେ ଲୋକଙ୍କ ଗହଣରେ ଦେଖିବାକୁ ମିଳୁଛି . ତେବେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ନବ କିଶୋର ଦାସ ସବୁ ପ୍ରକାର ଖେଳ ଓ ଖେଳାଳୀମାନଙ୍କୁ ପ୍ରୋତ୍ସାହିତ କରୁଥିଲେ .ତାଙ୍କ ସ୍ମୃତିରେ ଝାରସୁଗୁଡ଼ା ଦୁର୍ଲଗାର ଭଗତ ସିଂହ କ୍ଲବ ପକ୍ଷରୁ ଆୟୋଜିତ ନବ ଦାସ ମେମୋରିଆଲ ୱେଷ୍ଟର୍ଣ୍ଣ ଓଡ଼ିଶା କ୍ୟାରମ ଟୁର୍ଣ୍ଣାମେଂଟରେ ଯୋଗଦେଇଥିଲେ ଦୀପାଳୀ ଦାସ ସେଠାରେ ତାଙ୍କୁ କ୍ୟାରମ ଖେଳୁଥିବାର ଦେଖିବାକୁ ଦେଖିବାକୁ ମିଳିଥିଲା .
ସେହିପରି ଦିପାଳୀ ମଧ୍ୟ ନିର୍ବାଚନ ହାରିବା ପରେ ବି ନିଜ ର୍କତବ୍ୟ କରିବା ଭୁଲି ନାହିଁନ୍ତି . ବିଭିନ୍ନ ସମୟରେ ସେ ଲୋକଙ୍କ ଭଲ ମନ୍ଦରେ ଲୋକଙ୍କ ପାଖରେ ଠିଆ ହୋଇଛନ୍ତି . ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ସଚେତନ କରାଇଛନ୍ତି . ଏହାକୁ ଦେଖିବା ପରେ ଲୋକେ କହୁଛନ୍ତି ୨୦୨୯ ନିର୍ବାଚନ ନିଶ୍ଚୟ ଦୀପାଳି ଜିତିବେ . ଆଉ ଟଙ୍କ ଧରଙ୍କୁ ଚାନ୍ସ ମିଳିବନି .
ତେବେ ର୍ପୂବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ . ଉପନିର୍ବାଚରେ ଜିତି ବିଧାନସଭା ଯାଇଥିଲେ ଦିପାଳୀ ଦାସ . ଏହାପରେ ବିଜେଡ଼ି ତାଙ୍କୁ ୨୦୨୪ ନିର୍ବାଚନରେ ମଧ୍ୟ ଟିକଟ ଦେଇଥିଲା . କିନ୍ତୁ ସେଠାରୁ ସେ ବିଜେପିର ଟଙ୍କଧର ତ୍ରୀପାଠିଙ୍କ ଠାରୁ ପରାସ୍ତ ହୋଇଥିଲେ .ଏହାପରେ ଦିପାଳୀଙ୍କ ସମର୍ଥକ ମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା . କାରଣ ଯେଉଁଠାରୁ ସେ ଅଧିକ ଭୋଟପାଇବେ ବୋଲି ଆଶା କରାଯାଉଥିଲା .ସେଠାରୁ ହିଁ ସେ କମ ଭୋଟ ପାଇଥିଲେ . ଏହାପରେ ଦୀପାଳି ନିର୍ବାଚନ କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ .