ଦିଲ୍ଲୀରୁ ନବୀନ କଲେ ଏମିତି ଘୋଷଣା !

ଦିଲ୍ଲୀରୁ ନବୀନ କଲେ ଏମିତି ଘୋଷଣା !

ଦିଲ୍ଲୀରେ ଅଛନ୍ତି ନବୀନ ଓଡିଶାରେ ବଢୁଛି ତାତି । ତୁତୁ ମେମେ ବିଜେଡି ବିଜେପି । ବୟାନବାଜି ଆରମ୍ଭ କରିଦେଇଛନ୍ତି ଶାସକ ଦଳର ବିଧାୟକ ଓ ମନ୍ତ୍ରୀ । ଡିଏମକେ ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ଡିଲିମିଟେସନ ବୈଠକକୁ ବିଜେଡିର ସମର୍ଥନ ପରେ ରାଜ୍ୟ ରାଜନୀତିରେ ସରଗରମ ।

ବିଜେଡିର ଏହି ନିଷ୍ପତ୍ତି ପରେ ନବୀନଙ୍କ ଗତି କୁଆଡେ ବୋଲି ପ୍ରଶ୍ନ ଉଠିଲାଣି । ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି କି ଦର୍ପଣରେ ନିଜ ଛାଇ ଦେଖି ବିଜେଡିକୁ ଡର ଲାଗିଲାଣି । ଡିମିଲିଟେସନ ଯେଉଁ ନ୍ୟାୟିକ ପରିଧି ଭିତରେ ହେବା କଥା ହେବ କିନ୍ତୁ ଡିଲିମିଟେସନ ହେବା ପୂର୍ବରୁ କାହିଁକି ଛାନିଆ ବିରୋଧି ବୋଲି ପ୍ରଶ୍ନ କରିଛନ୍ତି । ଏହାର କଡ୍ଡା ଜବାବ ରଖିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ସେ କହିଛନ୍ତି ବିଜେଡିର ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଜି ବି ସମଦୂରତା ବଜାୟ ରଖିଛି ବିଜେଡି । ଚେନ୍ନାଇ ବୈଠକ କୌଣସି ଜାତୀୟ ମେଣ୍ଟ ଡାକିନାହିଁ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ବୈଠକ ଡାକିଥିବାରୁ ବୈଠକରେ ବିଜେଡିର ଯୋଗଦେବା ପ୍ରସଙ୍ଗରେ ଅସୁବିଧା କଣ ରହିଲା ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।

ଆସନ୍ତା 22 ତାରିଖରେ ଚେନ୍ନାଇର ବୈଠକରେ ସାମିଲ ହେବ ବିଜେଡି । ଡିଏମକେ ପ୍ରତିନିଧି ନବୀନ ନିବାସରେ ନବୀନଙ୍କୁ ଭେଟି ନିମନ୍ତ୍ରଣ ଦେବା ପରେ ବୈଠକରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଛି ବିଜୁ ଜନତା ଦଳ କିନ୍ତୁ ଏହା ପୂର୍ବରୁ ଦିଲ୍ଲୀ ଗସ୍ତରେ ରହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଅନ୍ୟପଟେ ରାଜ୍ୟସଭାରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଶାଣିତ ଆକ୍ରମଣ କରୁଛନ୍ତି ବିଜେଡି ସାଂସଦ । ଏପଟେ ବିଧାନସଭାରେ ମଧ୍ୟ ଫିକା ପଡିନାହିଁ ବିରୋଧି ବିଜେଡି ବିଧାୟକଙ୍କ ହଙ୍ଗାମା । ଏଭଳି ସ୍ଥିତିରେ ଡିମକକୁ ନବୀନଙ୍କ ସମର୍ଥନ ପରେ ନବୀନଙ୍କ ଗତି କୁଆଡେ ନେଇ ଚର୍ଚ୍ଚା ଜୋର ଧରିଲାଣି । ଅନ୍ୟପଟେ କୁହାଯାଉଛି କି ଦିଲ୍ଲୀରେ ଥାଇ ବଡ ଘୋଷଣା କରିପାରନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ତେବେ ଆଗାମୀ ଦିନରେ ରାଜନୈତିକ ଦୃଷ୍ୟପଟରେ ବିଜେଡି ନିଜର କେଉଁ ଭୂମିକା ନିଭାଉଛି ଏବଂ ନବୀନଙ୍କ ଦିଲ୍ଲୀ ଗସ୍ତର ଆଭିମୁଖ୍ୟ କେବେ ସ୍ପଷ୍ଟ ହେଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *