ଦିଲ୍ଲୀରେ ଉତ୍କଟ ସମସ୍ୟା,ହନ୍ତସନ୍ତ ରାଜଧାନୀ ବାସୀ

ଦିଲ୍ଲୀରେ ଉତ୍କଟ ସମସ୍ୟା,ହନ୍ତସନ୍ତ ରାଜଧାନୀ ବାସୀ

ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିବାରେ ଲାଗିଛି । ବାୟୁର ମାନ ସାଂଘାତିକ ସ୍ତରରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ବା ଜିଆରଏପିର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ଏୟାର୍ କ୍ୱାଲିଟି ମ୍ୟାନେଜମେଣ୍ଟ କମିସନ ସିଏକ୍ୟୁଏମ୍ ନିଷ୍ପତ୍ତି ନେଇଛି  । ଆଜି ସକାଳ 8ଟାରୁ ଚାରିଚକିଆ ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ସେପଟେ ରାସ୍ତାରେ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ବଢ଼ାଇବାକୁ ସିଏକ୍ୟୁଏମ୍ ନିର୍ଦ୍ଦେଶ ଦେଇଛି  ।  ବିଶେଷ କରି ଟ୍ରାଫିକ୍‌ ସମୟ ପୂର୍ବରୁ ହଟ୍‌ସ୍ପଟ୍‌ ଅଞ୍ଚଳରେ ରାସ୍ତା ଉପରେ ପାଣି ସିଞ୍ଚନ ବୃଦ୍ଧି କରିବାକୁ କୁହାଯାଇଛି । ସରକାର ଦିଲ୍ଲୀ ବାସିନ୍ଦାଙ୍କୁ  ଯଥା ସମ୍ଭବ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *