ଏଥର ଦିଲ୍ଲୀରେ ଦେଖିବାକୁ ମିଳିବନି ଓଡିଶାର ପ୍ରଜ୍ଞାପନ ମେଢ । ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ବଳିକି ଭଳି ପ୍ରଜ୍ଞାପନ ମେଢ ଗଡିଥାଏ । କେନ୍ଦ୍ରର ବିଭିନ୍ନ ସଂସ୍ଥା ଓ ରାଜ୍ୟମାନଙ୍କ ପକ୍ଷରୁ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତି କରି ପ୍ରଦର୍ଶିତ କରାଯାଇଥାଏ। କିନ୍ତୁ ଡବଲଇଞ୍ଜିନ ସରକାର ସତ୍ବେ ବି ଏଥର ଦିଲ୍ଲୀ କର୍ତ୍ତବ୍ୟପଥରେ ଗଡିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼। ଓଡ଼ିଶାର ମହାନ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବନି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶା ସରକାରଙ୍କୁ ଏକ ଚିଠି ଆସିଛି । ଯେଉଁଥିରେ କର୍ତ୍ତବ୍ୟପଥରେ ଗଡିବା ପାଇଁ ଚୂଡାନ୍ତ ହୋଇଥିବା ତାଲିକାରେ ଓଡ଼ିଶାର ନାଁ ନାହିଁ। ଅର୍ଥାତ ଓଡ଼ିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ ଖାରଜ କରି ଦେଇଛି କେନ୍ଦ୍ର।

You can share this post!
author