ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ବଡ ଧରଣର ଅଘଟଣ । ସହିପାରିଲେନି ନବୀନ ସଙ୍ଗେ ସଙ୍ଗେ କଲେ ଏମିତି ପୋଷ୍ଟ । ଦଳାଚଟକଟାରେ ମରିଗଲେ ଲୋକେ । ଦୁଃଖ ପ୍ରକାଶ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ । ହଁ ଦର୍ଶକବନ୍ଧୁ ଚାଲିଛି ମହାକୁମ୍ଭ । ମହାକୁମ୍ଭ ଦେଖିବାକୁ ଦେଶର କୋଣ ଅନୁକୋଣରୁ ଭକ୍ତଙ୍କ ଭିଡ ତ୍ରିବେଣୀ ସଙ୍ଗମରେ ଜମୁଛି । କିନ୍ତୁ ହଠାତ୍ ଗତକାଲି ରାତିରେ ଘଟିଯାଇଛି ଛାତି ଥରେଇ ଦେଲା ପରି ଘଟଣା । ମହାକୁମ୍ଭରେ ଯୋଗଦେବାକୁ ପ୍ରୟାଗରାଜ ଯିବା ପାଇଁ ଲୋକମାନେ ଦିଲ୍ଲୀ ରେଲୱେ ଷ୍ଟେସନରେ ଏକାଠି ହୋଇଥିଲେ । ହେଲେ ଏତେଭିଡ ହୋଇଥିଲା ଯେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା । 14 ଓ 16 ନମ୍ୱର ପ୍ଲାଟଫର୍ମରେ ଏଭଳି ଘଟଣା ଘଟିଯାଇଛି । 18 ଜଣ ପ୍ରାଣ ହରାଇଥିବା ସହିତ ବହୁ ଲୋକ ଆହତ ହୋଇଛନ୍ତି । ୧୮ ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା, ୩ ଶିଶୁ ଅଛନ୍ତି। ଦଳଚକଟା ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହାସହ ରେଳଷ୍ଟେସନରେ ଜମାହୋଇଥିବା ଲୋକଙ୍କ ପାଇଁ ୪ଟି ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ସେପଟେ ଦଳାଚକଟାରେ ୧୫ ଜଣଙ୍କ ମୃତ୍ୟୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖପ୍ରକାଶ କରିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକସେନା ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି। ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିଛନ୍ତି । ତେବେ ଦିଲ୍ଲୀରେ ଏପରି ଘଟଣା ଘଟିବା ପରେ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ଦଳାଚଟକା ଘଟଣାକୁ ନେଇ ନିଜ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିବା ସହିତ ଯେଉଁମାନେ ଆହତ ହୋଇଛନ୍ତି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

You can share this post!
author