ଦିଲ୍ଲୀରେ ପୋଷ୍ଟର ୱାର ରାଜନୀତି..

ଦିଲ୍ଲୀରେ ପୋଷ୍ଟର ୱାର ରାଜନୀତି..

ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ଏଥିପାଇଁ ବାଜିସାରିଛି ନିର୍ବାଚନୀ ବିଗୁଲ । ଆସନ୍ତା ଫେବୃଆରୀ ୫ତାରିଖରେ ଭୋଟ ଗ୍ରହଣ ଏବଂ ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବା ନେଇ ସୂଚନା ରହିଛି । ଆଉ ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆରମ୍ଭ ହୋଇଗଲାଣି ରାଜନୀତି । ଶାସକ ଆମ ଆଦମୀ ପାର୍ଟୀ ଏବଂ ବିରୋଧୀ ବିଜେପି ମଧ୍ୟରେ ଚାଲିଛି ପୋଷ୍ଟର ୱାର ରାଜନୀତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କଟାକ୍ଷ କରି ଏକ ପୋଷ୍ଟର ଜାରି କରିଛି ଆମ୍ ଆଦମି ପାର୍ଟି। ଏଥିରେ ଶାହଙ୍କୁ ‘ଚୁନାବୀ ମୁସଲମାନ’ (ନିର୍ବାଚନୀ ମୁସଲମାନ) ଭାବେ ଦର୍ଶାଯାଇଛି । ଅନ୍ୟପଟେ କିଛି ଦିନ ତଳେ ବିଜେପି ମଧ୍ୟ ଆମ ଆଦମୀ ପାର୍ଟୀର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଚୁନାବୀ ହିନ୍ଦୁ ବା ନିର୍ବାଚନୀ ହିନ୍ଦୁ ଦର୍ଶାଇ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଆଉ ଏବେ ଆପ୍ ମଧ୍ୟ ଏକ ପୋଷ୍ଟର ଜାରି କରିଛି । ଯାହାକୁ ନେଇ ଏବେ ଦିଲ୍ଲୀ ରାଜନୀତି ଆହୁରି ସରଗରମ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *