ଦିଲ୍ଲୀରେ ବଡ ବୈଠକ..ପୁଣି ମୁଖ୍ୟମନ୍ତ୍ରୀ ହେବେ କେଜ୍ରିୱାଲ !

ଦିଲ୍ଲୀରେ ବଡ ବୈଠକ..ପୁଣି ମୁଖ୍ୟମନ୍ତ୍ରୀ ହେବେ କେଜ୍ରିୱାଲ !

ଶେଷ ହୋଇଛି ଦିଲ୍ଲୀ ନିର୍ବାଚନ ସରଗରମ ପଞ୍ଜାବ ରାଜନୀତି । ପଞ୍ଜାବକୁ ଅସ୍ତ୍ର କରି ମୁଖ୍ୟମନ୍ତ୍ରୀ ଚଉକି ମୁହାଁ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ ଝାଡୁକୁ ସଫା କରିଦେଇଛି ଭାରତୀୟ ଜନତା ପାର୍ଟି । ଦିଲ୍ଲୀରୁ ଆପ ସରକାର ହଟିବା ପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଖି ଏବେ ପଞ୍ଜାବ ଉପରେ । 2022 ନିର୍ବାଚନରେ ପଞ୍ଜାବରେ ଆପର ବିପୁଳ ବିଜୟ ହୋଇଥିଲା । ଦିଲ୍ଲୀ ପରେ ପଞ୍ଜାବ ଏବେ ଗୋଟିଏ ରାଜ୍ୟ ଯେଉଁଠାରେ ଆପର ସରକାର ରହିଛି । ଦିଲ୍ଲୀ ଗାଦି ସିନା ଚାଲିଗଲା କିନ୍ତୁ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ନେଇ କସରତ ଆରମ୍ଭ କରିଛନ୍ତି ଅରବିନ୍ଦ କେଜ୍ରିୱାଲ । ହଁ ଦର୍ଶକବନ୍ଧୁ ଆମ ଆଦମୀ ପାର୍ଟି ହାତରୁ ଦିଲ୍ଲୀ ଗାଦି ଖସିବା ପରେ ଏବେ ଏମିତି କିଛି ଚର୍ଚ୍ଚା ମୁଣ୍ଡ ଟେକିଛି ।

ଗତ ଫେବୃୟାରୀ ଏକ ତାରିଖରେ ଦିଲ୍ଲୀ ବିଧାନସଭା ଫଳାଫଳ ସାମ୍ନାକୁ ଆସିଥିଲା ଯେଉଁଥିଲେ 22 ଟି ଆସନ ଆପକୁ ମିଳିଥିବା ବେଳେ ବାକି 48ଟି ଆସନ ବିଜେପି ଖାତାକୁ ଯାଇଛି ଓ ଦିଲ୍ଲୀରେ ଖାତା ଖୋଲିପାରିଲା ନାହିଁ କଂଗ୍ରେସ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଭିଡିଓ ବାର୍ତ୍ତା ଜାରି କରି ଚଳିତ ଥରର ନିର୍ବାଚନ ଫଳାଫଳକୁ ସ୍ୱୀକାର କରିଥିବା ନିଜେ କହିଛନ୍ତି ।

ତେବେ ବର୍ତ୍ତମାନ ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଆପ ନେତା ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ଓ ଆପ ବିଧାୟକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏହି ବୈଠକକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ଚର୍ଚ୍ଚା । ବିଜେପି ଓ କଂଗ୍ରେସ କହିଛି କି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବତ ମାନଙ୍କୁ ସିଏମ ପଦରୁ ହଟାଇ ନିଜେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ତେବେ ତରବରିଆ ଭାବେ ଆପର ଏହି ବୈଠକକୁ ନେଇ ଦିଲ୍ଲୀ ଠାରୁ ଯେ ପଞ୍ଜାବର ରାଜନୀତି ସରଗରମ ହୋଇଛି ।

କ୍ଷମତାରୁ ହଟିବା ପରେ ତରବରିଆ ଭାବେ କେଜ୍ରିୱାଲଙ୍କ ଏହି ବୈଠକ ବୋଧହୁଏ ଏପରି କିଛି ସଙ୍କେତ ଦେଉଛି ନଚେତ ପରାଜୟର ସମୀକ୍ଷା କରିବା ପାଇଁ ବୋଧହୁଏ କେଜ୍ରିୱାଲ ଏପରି ବୈଠକ ଡାକିଛନ୍ତି କିନ୍ତୁ ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଚର୍ଚ୍ଚା ବଢାଇଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ସେ କହିଛନ୍ତି କି କେଜ୍ରିୱାଲ ଦିଲ୍ଲୀ ନିର୍ବାଚନରେ ପଞ୍ଜାବର ନେତାମାନେ ତାଙ୍କୁ ଯେଉଁ ସହଯୋଗ କରିଥିଲେ ସେଥିପାଇଁ ସେ ଧନ୍ୟବାଦ ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *