ଦିଲ୍ଲୀରେ ବିଜେଡି ସାଂସଦଙ୍କ ପ୍ରେସମିଟ୍ । ଏକାଠି ପ୍ରେସମିଟ୍ କରି ବର୍ଷିଲେ ୭ ରାଜ୍ୟସଭା ସାଂସଦ । ବିଜେଡିରୁ ବିଜେପିକୁ ୨ ରାଜ୍ୟସଭା ସାଂସଦ ଯିବା ପରେ ଆଉ କିଏ ଦଳ ପରିବର୍ତନ କରିବ ସେନେଇ ଗଣମାଧ୍ୟମରେ ନାନା ଚର୍ଚ୍ଚା ଲାଗି ରହୁଛି । ଯାହାକୁ ବିଜେଡି ସାଂସଦ ନିନ୍ଦା କରିବା ସହିତ ୱାର୍ଣ୍ଣିଂ ଦେଇଥିବା ସୂଚନା ମିଳିଛି । ଦଳକୁ ନେଇ ଅପପ୍ରଚାର କରାଯାଉଥିବା କହିଛନ୍ତି ସମସ୍ତ ସାଂସଦ । ଆମେ ୭ ସାଂସଦ ଏକାଠି ଅଛୁ ଆଉ ବିଜେଡି ସହ ସବୁବେଳେ ରହିଥିବୁ । ନବୀନ ବାବୁଙ୍କ ସହ ଦୃଢ ଭାବେ ଛିଡା ହୋଇଛୁ । ଯେଉଁ ଅପପ୍ରଚାର କରାଯାଉଛି ତାକୁ ନିନ୍ଦା କରିଛନ୍ତି ବୋଲି ବିଜେଡି ସାଂସଦ କହିଛନ୍ତି । ଏପରି କହିବା ସହ ହଜାର କୋଟିର ମାନହାନୀ ମକଦ୍ଦମା ଚେତାବନୀ ଦେଇଛନ୍ଚି ନିରଞ୍ଜନ ବିଶି ।

You can share this post!
author