ସରିଲା ନିର୍ବାଚନ ବଢିଲା ତାତି । କିଏ ମାରିବ ବାଜି ? କାହାକୁ ଭରସା କରିବେ ଜନତା ? କାହା ହାତକୁ ଯିବ ଦିଲ୍ଲୀର ଶାସନ ଭାର ? ଦିଲ୍ଲୀ ବିଧାନସଭା ନିର୍ବାଚନ ସରିବା ପରେ ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ଦିଲ୍ଲୀ ବିଧାନସଭାରେ ମୋଟ 70 ଟି ଆସନ ରହିଥିବା ବେଳେ ପ୍ରାୟ 35 ରୁ 40 ଆସନ ବିଜେପିକୁ ମିଳିପାରେ ବୋଲି ଏକଜିଟ ପୋଲର ରିପୋର୍ଟ କହୁଛି । ଅନ୍ୟପଟେ ଆପକୁ ଏଥର ଦିଲ୍ଲୀରେ ବଡ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିପାରେ ବୋଲି କୁହାଗଲାଣି । ଏକଜିଟ ପୋଲ ଯଦି ଏକଜାଟ ପୋଲ ହୁଏ ତେବେ ଦିଲ୍ଲୀରେ ସରକାରରେ ବଡ ପରିବର୍ତ୍ତନ ହେବାକୁ ପଡିପାରେ ।

You can share this post!
author