ରାଜଧାନୀ ଦିଲ୍ଲୀରେ ଭୂମିକମ୍ପର ଝଟକା । ଆଜି ସୋମବାର ସକାଳୁ ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୋର 5.36 ସେକେଣ୍ଡରେ ଭୂକମ୍ପ ହୋଇଥିଲା । କିଛି ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 4.0 ରହିଥିଲା । ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ଏହି ଭୂକମ୍ପର କେନ୍ଦ୍ର ଧୌଲା କୂଆଁର ଦୁର୍ଗାବାଇ ଦେଶମୁଖ କଲେଜ ଅଫ ସ୍ପେଶାଲ ଏଜୁକେସନ ପାଖରେ ଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଲାଗିଥିବା ଭୂକମ୍ପ ଝଟକାର କେନ୍ଦ୍ରସ୍ଥଳୀ ଏହି ସ୍ଥାନ ଥିବା ଜଣାପଡିଛି । କୌଣସି କ୍ଷୟକ୍ଷତି ହୋଇନଥିବା ଖବର ନଥିବା ବେଳେ ଏବେ ଲେ.କେ ଭୟଭୀତ ହୋଇପଡିଛନ୍ତି ।

You can share this post!
author