ବର୍ତ୍ତମାନ କଡା ସୁରକ୍ଷା ବଳୟ ଭିତରେ ଦିଲ୍ଲୀ I ଜି-୨୦ ର ଶିଖର ସମ୍ମିଳନୀ ପାଇଁ ଚଳଚଞ୍ଚଳ ଦିଲ୍ଲୀ ସହର I ଦିଲ୍ଲୀର ଭାରତ ମଣ୍ଡପମ୍ କନଭେନସନ୍ ସେଣ୍ଟରରେ ଜି-୨୦ ସମ୍ମିଳନୀ ଆୟୋଜିତ କରାଯାଇଛି I ବିଭିନ୍ନ ଦେଶ ର ମୁଖ୍ୟ ଏବଂ ଅଧିକାରୀ ମାନେ ଆସୁଛନ୍ତି ସେମାନଙ୍କର କଡା ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ଯବାନ ମୁତୟନ ହେବା ସହିତ ୫୦ ହଜାର ପୋଲିସ, ଏନ୍ଏସ୍ଜି, ସିଆରପିଏଫ୍, ସିଏପିଏଫ୍ର ୮୦ ହଜାର ଯବାନ ସୁରକ୍ଷା ଦାୟିତ୍ୱରେ ରହିବେ । ଜି-୨୦ ସମ୍ମିଳନୀ ପୂର୍ବରୁ ମକଡ୍ରିିଲ ମଧ୍ୟ କରାଯାଇଛି । ବମ୍ ସ୍କ୍ୱାର୍ଡ ପକ୍ଷରୁ ମଧ୍ୟରୁ ଅଭ୍ୟାସ ଜାରି ରହିଛି I ଏହି ସମ୍ମିଳନୀ ପାଇଁ ଆସନ୍ତାକାଲିଠାରୁ ଦିଲ୍ଲୀ ରେ ୧୦ ତାରିଖ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ଅଫିସ୍ ଆଦି ବନ୍ଦ ରହିବ I ଏବଂ ବହୁ ସଂଖ୍ୟାରେ ବିଦେଶୀ ଅତିଥି ଜାତୀୟ ରାଜଧାନୀରେ ଏକାଠି ହେବେ । ସେଥିପାଇଁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଜି-୨୦ ସମ୍ମିଳନୀ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିବାବେଳେ ବିଦେଶୀ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ଦିଲ୍ଲୀ ପ୍ରସ୍ତୁତ ଅଛି ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି ।

You can share this post!
author