ଦୀପାବଳି ପାଇଁ ଚଳଚଞ୍ଚଳ ଗାଁଠୁ ସହର । ଦୀପ ଲଗାଇ ବାଣ ଫୁଟାଇ ଲୋକମାନେ ଦୀପାବଳୀ କୁ ଆନନ୍ଦର ସହିତ ମନାଇଥାନ୍ତି । ତେବେ ଏହା ଭିତରେ ପାରାଦୀପ ନୂଆଗଡ ଛକରେ ବାଣ ଦୋକାନରେ ନିଆଁ ଲଗିଯାଇଛି । ବିଳମ୍ବିତ ରାତିରେ ଘଟଣା ଘଟିଛି ଏଭଳି ଅଭାବନୀୟ ଘଟଣା । ବାଣ ଦୋକାନ ଭିତରେ ଚାରିଜଣ ଶୋଇଥିବା ବେଳେ ହଠାତ୍ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ପୂରା ଦୋକାନ ଜଳି ଉଠିଥିଲା । ଦୁର୍ଘଟଣାରେ ଅଳ୍ପକେ ବର୍ତିଯାଇଛନ୍ତି ଦୋକାନରେ ଥିବା ଚାରିଜଣ ବ୍ୟକ୍ତି । ତେବେ କେଉଁ କାରଣରୁ ଏଭଳି ଅଘଟଣ ଘଟିଲା, ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲା ଏବଂ ନିଆଁ ହେତୁ ସବୁ ବାଣ ପୋଡି ନଷ୍ଟ ହୋଇଯାଇଥିଲା ।

You can share this post!
author
Related Articles
ବିଧାୟକ ପ୍ରତିନିଧିଙ୍କ କଳା କାର୍ନାମା…!
- May 31, 2025
ଲେଖାଶ୍ରୀଙ୍କ ବାଣରେ ଘାଇଲା ପ୍ରଭାତୀ…!
- May 31, 2025
ଫେଲ୍ ମାରିଲା ମୋହନଙ୍କ ପ୍ଲାନ !
- May 31, 2025