ଦୀପାଳିଙ୍କ ପାଇଁ ପ୍ରଚାର କଲେ ପାଣ୍ଡିଆନ

ଦୀପାଳିଙ୍କ ପାଇଁ ପ୍ରଚାର କଲେ ପାଣ୍ଡିଆନ

ନିର୍ବାଚନ ପୂର୍ବରୁ ଜୋର ଜମୁଛି ଦଳୀୟ ପ୍ରାର୍ଥୀ ମାନଙ୍କ ପ୍ରଚାର । ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡିର ହେଭିୱେଟ ନେତା ଭିକେ ପାଣ୍ଡିଆନ । ବିଧାନସଭା ପ୍ରାର୍ଥୀ ଦୀପାଲି ଦାସ ଓ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ରଙ୍କ ପାଇଁ ଭୋଟ ମାଗିଛନ୍ତି ଏବଂ ଝାରସୁଗୁଡା ମାଟିରେ ସ୍ୱର୍ଗତ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । କହିଲେ ଦିପାଳୀଙ୍କ ବାପା ଏଠି ନାହାନ୍ତି ଆପଣମାନେ ତାଙ୍କୁ ଆଶୀର୍ବାଦ କରିବେ । ନବ ଦାସ ଝାରସୁଗୁଡା ପାଇଁ ବହୁତ କିଛି କରିଛନ୍ତି । ଝାରସୁଗୁଡାକୁ ଆଗେଇ ନେବା । ନବ ବାବୁଙ୍କ ଯାହା ସ୍ୱପ୍ନ ଥିଲା ତାକୁ ପୂରଣ କରିବା । ବିଜେପିକୁ ଟାର୍ଗେଟ କରି ଭିକେ ପାଣ୍ଡିଆନ କହିଥିଲେ, ବିଜେପି ଦରଦାମ କମ କରିବ ବୋଲି କହିଥିଲା । ହେଲେ କାହାର ବି ଦର ଦାମ କମିଲାନି । ଆପଣଙ୍କ ପାଖକୁ ଆସି ମିଛ କଥା କହି ଭୋଟ ନେଇଯିବେ, ଭୋଟ ସରିଲା ପରେ ପଳେଇବେ ଆପଣ ଖୋଜିଲେ ବି ପାଇବେନି । ଏମାନଙ୍କୁ ଆପଣ ଚିହ୍ନନ୍ତୁ, ଉଚିତ ଜବାବ ଦିଅନ୍ତୁ ।

author

Related Articles

Leave a Reply

Your email address will not be published. Required fields are marked *