ଦୀପାଳିଙ୍କ ପ୍ରଶ୍ନରେ ବିଜେପି ଶିବିରରେ ବଡ ହଲଚଲ !

ଦୀପାଳିଙ୍କ ପ୍ରଶ୍ନରେ ବିଜେପି ଶିବିରରେ ବଡ ହଲଚଲ !

ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆସିବାକୁ ଯାଉଛି ନୂଆ ମୋଡ । ଦୀର୍ଘ ଦିନ ପରେ ବାପାଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛନ୍ତି ଝିଅ ଦୀପାଳି ଦାସ । ହଁ ଆଜ୍ଞା, ବିଜେଡି ସରକାରର ତତ୍କାଳୀନ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛର ରହସ୍ୟ ଏବେ ବି ଅନ୍ଧାରରେ ରହିଛି । ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଗୋପାଳ ଦାସ ଗିରଫ ହୋଇଥିଲା ସତ କିନ୍ତୁ ଏବେ ବି ଏ ଷଡଯନ୍ତ୍ର ପଛରେ ଅନ୍ୟ କାହାର ହାତ ଥିବା ଅନେକ ଆଶଙ୍କା କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ନବ ଦାଙ୍କ ହତ୍ୟାମାମଲାର ଫାଇଲ ବାରମ୍ବାର ରିଓପନ ହେବା ନେଇ ବୟାନବାଜି ଆରମ୍ଭ ହେଉଛି । ତେବେ ବାପାଙ୍କ ହତ୍ୟା ପ୍ରସଙ୍ଗରେ ପୂବରୁ ଦୀପାଳି ଚୁପ୍ ରହୁଥିଲୋ ଏପରିକି ନିବାଚନ ପୂବରୁ ନିଜ ବାପାଙ୍କୁ ଝାରସୁଗୁଡା ପାଇଁ ସହିଦ ହୋଇଥିବା ବୟାନ ଦେଇଥିଲେ । ଯାହାକୁ ନେଇ ଦୀପାଳିଙ୍କୁ ଖୁବ ସମାଲୋଚନା କରାଯାଉଥିଲା । କିନ୍ତୁ ଏବେ ଦୀପାଳି ନିଜ ବାପାଙ୍କ ହତ୍ୟା ପ୍ରସଙ୍ଗରେ ମୁହଁ ଖୋଲିବା ସହ ଏହି ମାମଲାର ସିବିଆଇ ତଦନ୍ତ ସରକାର କରିବେ ବି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ବିଜେପି ସରକାରକୁ ଆସିବା ପରେ ବିଜେଡି ସରକାରରେ ଘଟିଥିବା ହତ୍ୟା ମାମଲାର ଫାଇଲ ରିଓପନ ହେବାନେଇ ବୟାନ ଦେଇଥିଲେ । ଯେଉଁଥିରେ ନବ ଦାସ ହତ୍ୟା ମାମଲା ଆଗରେ ରହିଥିଲା । ନବ ଦାସ ହତ୍ୟା ମାମଲାର ଫାଇଲ ରିଓପନ ହେବା ସହ ସିବିଆଇ ତଦନ୍ତ କରି ଦୀପାଳି ଏବଂ ତାଙ୍କ ପରିବାରକୁ ନ୍ୟାୟ ଦେବା ନେଇ ଆଇନମନ୍ତ୍ରୀ ବୟାନ ଦେଇଥିଲେ । ଏବଂ ମନ୍ତ୍ରୀଙ୍କ ଏ ଘୋଷଣା ପରେ ବିଜେଡିର କଳାରହସ୍ୟ ଉପରୁ ଖୁବ ଶୀଘ୍ର ପରଦା ହଟିବା ନେଇ ବିଜେପି ନେତାମାନେ ଆଶଙ୍କା କରୁଥିଲେ । କିନ୍ତୁ ଏଯାଏଁ ତାହା ହୋଇପାରିଲା ନାହିଁ । ନା ଏଦିଗରେ ମନ୍ତ୍ରୀ କିଛି ବୟାନବାଜି କରୁଥିବା ନଜର ଆସିଛନ୍ତି । ଆଉ ଏବେ ଖୋଦ ଦୀପାଳି ନିଜ ବାପାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ହେବା ନେଇ ମତପ୍ରକାଶ କରିଛନ୍ତି । ଯାହା ଏବେ ବିଜେପି ନେତାଙ୍କ ଉପରେ ଭାରି ପଡୁଥିବା ଚର୍ଚ୍ଚା ଚାଲିଛି ।

ତେବେ ଏହାକୁ ନେଇ ରାଜନୈତିକ ସମୀକ୍ଷକମାନେ ସରକାର ଦୀପାଳିଙ୍କ ଦାବି ଶୁଣିବା ଦରକାର ନେଇ ମତ ପ୍ରକାଶ କରୁଛନ୍ତି । ତେବେ ଦେଖାଯାଉ ମୋହନ ସରକାର ଦୀପାଳିଙ୍କ ଏହି ଦାବି ପୂରଣ କରୁଛନ୍ତି ନା ଏହାକୁ ନଜର ଅନ୍ଦାଜ କରୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *