ଦୀପାଳିଙ୍କ ମୁଣ୍ଡରେ ହାତ ରଖିଲେ ନବୀନ… !

ଦୀପାଳିଙ୍କ ମୁଣ୍ଡରେ ହାତ ରଖିଲେ ନବୀନ… !

ପୁଣି କମ୍ପିବ ଝାରସୁଗୁଡା ରାଜନୀତି । ଦୀପାଳିଙ୍କ ମୁଣ୍ଡରେ ହାତ ରଖିଲେ ନବୀନ । ଆଗକୁ ରାଜ୍ୟ ରାଜନୀତିରେ ବଡ ହଲଚଲ ଦେଖିବାକୁ ମିଳିବ । ମୋହନ ସରକାରର ଏକ ବର୍ଷ ପୂର୍ତିରେ ବଡ ଧମାକା ବି ହେବ । ଆଉ ଏହି କ୍ରମରେ ଝାରସୁଗୁଡା ରାଜନୀତିରେ ବି କମ୍ପନ ସୃଷ୍ଟି ହେବା ନେଇ ଆଶଙ୍କା କରାଯାଉଛି । କାରଣ ଝାରସୁଗୁଡା ବିଜେଡିର ଚେହେରା କୁହାଯାଉଥିବା ବିଜେଡି ନେତ୍ରୀ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ନବୀନ ନୂଆ ଦାୟିତ୍ୱ ଦେଇଛନ୍ତି ।

ନିଜ ନୂଆ ଟିମରେ ସାମିଲ କରିବା ସହ ଦୀପାଳିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ନବୀନ । ତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦରେ ସ୍ଥାନୀତ କରିଛନ୍ତି । ଯାହା ପରେ ଦୀପାଳି ଆହୁରି ପାୱାରଫୁଲ ହୋଇଥିବା ଚର୍ଚ୍ଚା ହେଉଛି ।

ଦୀପାଳି ଏବେ ବି ଝାରସୁଗୁଡାରେ ନିଜର ଏବଂ ଦଳର ପ୍ରଚାର ପ୍ରସାର କରିବାରେ ଆଗରେ ରହିଛନ୍ତି । ସାଧାରଣ ଲୋକଙ୍କ ସୁଖ ଦୁଖରେ ଛିଡା ହେବା ସହ ମୋହନ ସରକାରଙ୍କ ବିରୋଧରେ ସ୍ୱର ଉଠାଉଛନ୍ତି । ଯାହା ତାଙ୍କୁ ଏବଂ ଦଳକୁ ଲୋକଙ୍କ ସହିତ ଯୋଡି ରଖିଛି । ଏବଂ ଏସବୁର ଫାଇଦା ବିଜେଡିକୁ ଆଗାମୀ ଦିନରେ ହେବା ନେଇ ସମ୍ଭାବନା ରହିଛି ।

ଅନ୍ୟପଟେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ମଧ୍ୟ ଏବେ ବେଶ୍ ସକ୍ରିୟ ରହିଛନ୍ତି । ଆଗକୁ ସରକାରର ଏକ ବର୍ଷ ପୂର୍ତି ପାଳନ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ଟଙ୍କଧର । ନିଜ ରିପୋର୍ଟ କାର୍ଡକୁ ଆହୁରି ସ୍ୱଚ୍ଛ କରିବା ପାଇଁ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରୁଥିବା ବି ନଜର ଆସୁଛନ୍ତି । ଲୋକାଭିମୁଖୀ ପଦକ୍ଷେପ ନେବା ସହିତ ଝାରସୁଗୁଡାର ଉନ୍ନତି ନିମନ୍ତେ କାର୍ଯ୍ୟ କରୁଥିବା ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶାଉଛନ୍ତି । କିନ୍ତୁ ବିଜେଡି ଯେ, ଏହାକୁ କାଉଣ୍ଟର ନକରିବ ସେଥିରେ ସନ୍ଦେହ ନାହିଁ । କାହିଁକି ନା ବିଜେପି ଏକ ବର୍ଷ ପାଖାପାଖି ହେବ ରାଜ୍ୟରେ ସରକାର ଚଳାଇଲାଣି । କିନ୍ତୁ ଏଯାଏଁ ଡବଲ ଇଞ୍ଜିନର ଡବଲ ବିକାଶର ସ୍ୱାଦ ସାଧାରଣ ଲୋକେ ଚାଖିପାରିଲେ ନାହିଁ । କେବଳ ନାଁ ଏବଂ ରଙ୍ଗ ପରିବର୍ତନର ସ୍ୱାଦ ଚାଖିଛନ୍ତି । ଯାହାକୁ କେନ୍ଦ୍ର କରି ବିରୋଧୀ ବିଜେଡି ନାଟକ ମାଧ୍ୟମରେ ବିଜେପିକୁ ଏକ ବର୍ଷ ପୂର୍ତ୍ତି ପାଳନ ମହୋତ୍ସବରେ ଘେରିବା ନେଇ ରେଡୀ ହେଉଛି । ତେବେ ଦେଖାଯାଉ ଏହି ଏକ ବର୍ଷ ପୂର୍ତି ପାଳନ ଉତ୍ସବରେ ଝାରସୁଗୁଡାରେ କେଉଁ ନୂଆ ହଲଚଲ ସୃଷ୍ଟି ହେଉଛି ଏବଂ ଦୀପାଳିଙ୍କ ଭୂମିକା କେତେ ଗୁରୁତ୍ୱବହନ କରୁଛି ତା ୁପରେ ରହିଛି ସମସ୍ତଙ୍କ ନଜର ।

author

Related Articles

Leave a Reply

Your email address will not be published. Required fields are marked *