ଯବାନଙ୍କ କବ୍ଚାରେ ପାହାଡ ଉଡିଲା ଜାତୀୟ ପତାକା . ଅପରେସନ କାଗର ରେ ୯ଦିନ ଜଙ୍ଗଲରେ ବୁଲିଲେ ଯବାନ . କାହାକୁ ବି ଛଡାଯିବନି ଜଙ୍ଗଲକୁ ଘେରିଛନ୍ତି ୧୦ହଜାର ଯବାନ .ପାହାଡ ଦଖଲ କଲେ ଯବାନ ଉଡାଇଲେ ବିଜୟ ପତାକା . ଅପରେସନରେ ଯବାନ ସଫଳତା ଜଙ୍ଗଲ ଉଡିଲା ଜାତୀୟ ପତାକା . ତେଲଙ୍ଗାନା ଛତିଶଗଡ଼ ସୀମାନ୍ତରେ ଥିବା ବିଜାପୁର ଜିଲ୍ଲାର କାରେଗଟା ଜଙ୍ଗଲରେ ଅପରେସନ କାଗର ଚାଲିଛି . ଏହାରି ଭିତରେ ଜଙ୍ଗଲରେ ଯବାନଙ୍କ ୯ଦିନ ପୁରିଛି . ଯବାନ କରେଗଟ୍ଟାର ୧୫୦ କିଲୋମିଟର ପାହାଡକୁ ନିଜ କବଜାକୁ ନେବାରେ ସଫଳ ହୋଇଛନ୍ତି . ଏହି ଜଙ୍ଗଲରେ ଦୁଇଟି ପାହାଡକୁ ନେବାକୁ ସଫଳ ହୋଇଛନ୍ତି . ପ୍ରାୟ ୧୦ ହଜାର ଯବାନ ଏହି ଜଙ୍ଗଲକୁ ଘେରି ରହିଛନ୍ତି .ତେବେ ସୁରକ୍ଷା ବାହିନୀ ପାହାଡ ଉପରେ ତ୍ରିରଙ୍ଗା ପତାକା ଉଡାଉଥିବା ଦୃଶ୍ୟ ସମସ୍ତଙ୍କ ମନକୁ ଜିଣିଛି .
ତେବେ ଓଡ଼ିଶା ପୋଲି ମହାନିର୍ଦ୍ଧେଶକଙ୍କ ନିର୍ଦ୍ଦେଶରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଥିବା ବେଳେ ପୂର୍ବରୁ ବୈାଦ୍ଧ ମାତାକୁପା ଜଙ୍ଗଳରେ ନକ୍ସଲମାନଙ୍କର ଡମ୍ଫ ଠାବ ହେବା ସମୟରେ ମାଓ ସାକଗ୍ରୀ ଜବତ ହୋଇଥିଲା . ପରେ ଏବେ ପୁଣି ଥରେ ଯବାନ ମାନେ ଜଙ୍ଗଲରେ ଦୁଇଟି ପାହାଡ ଅତିଆର କଲାପରେ .ଅପରେସନରେ ଯବାନ ମାନେ ଖୁବ ଶ୍ରୀଘ୍ର ସଫଳ ହେବେ ବୋଲି ସମସ୍ତେ ଆଶା ରଖିଛନ୍ତି .
ଅନ୍ୟପଟେ ନକ୍ସଲ ତିନି ଥର ଚିଠି ଦେଇ ଶାନ୍ତାବର୍ତା ପାଇଁ ଆଲୋଚନା କରିବାକୁ ଅନୁରୋଧ କରି ଚାଲିଛି . ସରକାର କିନ୍ତୁ ଶାନ୍ତିବାର୍ତା ପାଇଁ ରାଜି ଥିଲେ ମଧ୍ୟ ପ୍ରଥମେ ସମସ୍ତେ ଆତ୍ମସମର୍ପଣ କର ;ବୋଲି ଜିଦରେ ଅଟଳ ରହିଛି .