ଦୁଇଟି ପୋଷ୍ଟ ଦୁଇଟି କଥା , ଦେଖିବାପରେ ରାଗିଲେ ଲୋକେ !

ଦୁଇଟି ପୋଷ୍ଟ ଦୁଇଟି କଥା , ଦେଖିବାପରେ ରାଗିଲେ ଲୋକେ !

ଦର୍ଶକ ବନ୍ଧୁ ଦୁଇଟି ପୋଷ୍ଟ ଦୁଇଟି କଥା ଯାହାକୁ ଦେଖିବାପରେ ରାଗିଲେ ଲୋକେ . ଥରେ ଦେଖନ୍ତୁ ଏହି ଫଟୋକୁ ପୋଷ୍ଟକୁ ଯେଉଁଥିରେ ସମ୍ବଲପୁରରେ ୧୪୦୦ ଲୋକଙ୍କ ଅଭିଯୋଗ ଶୁଣାଣି ହୋଇଥିବା କଥା କୁହାଯାଇଛି . ଏବେ ଦେଖନ୍ତୁ ଏହି ପୋଷ୍ଟ ଯେଉଁଥିରେ ମୁଖ୍ୟମନ୍ତ୍ରୀ ଟୁଇଟ କରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୨୪୦୦ଲୋକ ଉପକୃତ ହେଲେ ବୋଲି କହିଛନ୍ତି . ତେବେ ଏହି ପୋଷ୍ଟ ଦେଖିଲା ପରେ ଲୋକେ ଭାବୁଛନ୍ତି ପ୍ରକୃତରେ କାହାର କଥା ସତ . କିଏ ସଠିକ ତଥ୍ୟ ଦେଇଛନ୍ତି . ଏହାକୁ ଦେଖିବା ପରେ ଲୋକ ଏହାବି କହୁଛନ୍ତି ,ସବୁ ଦେଖି ମୁଖ୍ୟମନ୍ତ୍ରୀ ନିଶ୍ଚୟ ରାଗୁଥିବେ .

ତେବେ ନିକଟରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ଥିବା ବେଳେ ସମ୍ବଲପୁର ମହାନଗର ନିଗମ ଦୁର୍ଗାପାଲି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମ .ପଶ୍ଚିମ ଓଡ଼ିଶାବାସୀଙ୍କ ପାଖରେ ପହଂଚିଛି ଲୋକଙ୍କ ସରକାର . ପ୍ରଥମ ଥର ରାଜଧାନୀ ବାହାରେ ଅନୁଷ୍ଠିତ ହୋଇଥିଲା ଏହି କର୍ଯ୍ୟକ୍ରମ .ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ୧୦ ଜଣ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ . ଭୁବନେଶ୍ୱର ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବା ପରେ ସଡକପଥରେ ସମ୍ବଲପୁର ଆସିଥିଲେ ମୁଖ୍ୟମନ୍ତ୍ରୀ . ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର ଓ ଜିଲ୍ଲାପାଳ ସିଦ୍ଦେଶ୍ୱର ବଳିରାମ ବୋନ୍ଦର ତାଙ୍କୁ ସ୍ୱାଗତ କରିଥିଲେ .

author

Related Articles

Leave a Reply

Your email address will not be published. Required fields are marked *