ହାଣ୍ଡିଘର ପଞ୍ଚାୟତ ଅନ୍ତର୍ଗତ ମୂଳ କୁମାରୀ ଗ୍ରାମର ପି ଶ୍ୟାମ ବାବୁ ଦୋରା ଓ ପି ଏଙ୍କା ଦୋରାଙ୍କ ଦୁଈ ପରିବାରର ଘରେ ସର୍ଟ ସର୍କୀଟ ରେ ନିଆଁ ଲାଗି ପୋଡି ଗଲା ସବୁକିଛି | ସେଥିରେ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି ପି ଶ୍ୟାମ ବାବୁ ଦୋରାଙ୍କ ପରିବାର | ହସଖୁସିରେ ଚାଲୁଥିବା ପରିବାର ରେ ଯେପରି ଅକାଳ ଚଡ଼ାକ ପଡିଯାଇଛି | ଝିଅର ବାହାଘର ନିମନ୍ତେ ସବୁପ୍ରକାର ବ୍ୟବସ୍ଥା ବାପା, ମାଆ କରିଥିଲେ | ଏପରିକି ଟଙ୍କା, ସୁନା, ରୁପା ପୋଡିବା ସହ ଆଲମିରା ଆସବାବ ସାମଗ୍ରୀ ସହିତ ଲୁଗା, ଶାଢ଼ୀ, ସବୁକିଛି ନିମିଷକ ମଧ୍ୟରେ ପୋଡି ପାଉଁଶ ହୋଇଗଲା |
ସେହିଁ ନିଆଁର ପ୍ରକୋପ ଏତେ ପ୍ରବଳ ଥିଲାଯେ ତା ଭିତରକୁ ପଶି କୌଣସି ସାମାନ ବାହାର କରିବା ସମ୍ଭବ ନଥିଲା | କାଠ ସାମାନ ଗୁଡ଼ିକ ରେ ନିଆଁ ଲାଗି ଟଙ୍କା, ସୁନା , ସବୁ ନଷ୍ଟ ହୋଇଗଲା | ତେବେ ଖବର ଶୁଣି ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ବିଡ଼ିଓ ମନୋଜ କୁମାର ନାୟକ, ବ୍ଲକ ଅଧକ୍ଷା ପିଙ୍କି ବେହେରା, ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, 36 ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜ ମନ ବେହେରା, ଏସିଓ ଉପସ୍ଥିତ ହୋଇ କ୍ଷତିଗ୍ରସ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ | ପଞ୍ଚାୟତ ଫଣ୍ଡ ରୁ ଶ୍ୟାମ ବାବୁଙ୍କୁ 5000 ଟଙ୍କା ଓ ପି ଏଙ୍କା ଦୋରା ଙ୍କୁ 2500 ଟଙ୍କା ପ୍ରାଥମିକ ବ୍ୟବସ୍ଥା ପାଇଁ ଦିଆଯାଇଥିବାବେଳେ ଦୁଈ ପରିବାରଙ୍କୁ ଦୁଇଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଦିଆଯିବ ବୋଲି କହିଛନ୍ତି ବିଡ଼ିଓ ମନୋଜ ନାୟକ |