
ଗଂଜାମ ଜିଲା ପାଟପୁର ଥାନା ତୁଳସୀପଦାର ଗ୍ରାମରେ ବଳରାମ ସୁଆଁସିଆ ଙ୍କୁ ୨୦୧୫ ଡିସେମ୍ବର ୨୦ ତାରିଖରେ ହତ୍ୟା କରାଯାଇଥିଲା | ବୁଧବାର ୩ ଅଭିଯୁକ୍ତଙ୍କୁ ଜିଲା ଜଜ ବିଚାର କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି | ସେମାନେ ହେଲେ ତୁଳସୀପଦା ଗ୍ରାମର ଭୂଷଣ ମହାନ୍ତି | ତାଙ୍କ ବଡ ପୁଅ ଭଗବାନ ମହାନ୍ତି ଓ ସାନପୁଅ ଅଜିତ ମହାନ୍ତି |