ଦୁଇ ମୋହନଙ୍କ ଇଏ କି ଅବସ୍ଥା ?

ଦୁଇ ମୋହନଙ୍କ ଇଏ କି ଅବସ୍ଥା ?

କଡ ଲେଉଟାଉଛି ଓଡିଶା ରାଜନୀତି । ପଞ୍ଚାୟତ ଉପନିର୍ବାଚନ ଉପରେ ତିନିଦଳ ମୁଖିଆଙ୍କ ଆଖି । ହେଲେ ନିଜ ଦଳକୁ ସମ୍ଭାଳି ପାରୁନାହିଁ ବିଜେଡି-ବିଜେପି । ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପିଙ୍କ ଫୋକସରେ ପଞ୍ଚାୟତ ଉପନିର୍ବାଚନ । ପଞ୍ଚାୟତ ଉପନିର୍ବାଚନର ବିଗୁଲ ବାଜି ସାରିଛି । କାଉଣ୍ଟଡାଉନ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ଏହା ପୂର୍ବରୁ ଘର ସଜାଡିବା ଅଭିଯାନ ବିଜୁ ଜନତା ଦଳ ଆରମ୍ଭ କରିଥିବା ବେଳେ ବିଜେପି ପଛରେ ପଡିଯାଇଛି । ନା ନେତା ନେତାଙ୍କ ମଧ୍ୟରେ ବିବାଦ ତୁଟି ପାରୁଛି ନା ରାଜ୍ୟ ସଭାପତି ଚୟନ ହୋଇପାରୁଛି । ଦୀର୍ଘ ଚାରିମାସ ହୋଇଯିବ ସଭାପତି ପଦବୀ ଲଟକି ରହିଛି । ବିଜେପିର ଅନେକ ନେତାଙ୍କ ନାଁ ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ନାଁ ଘୋଷଣା ହୋଇପାରୁନାହିଁ ।

ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଜେଡିର ସାଙ୍ଗଠନିକ ନିର୍ବାଚନ ଓ ମୁଖିଆ ଚୟନ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 2024 ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ନବୀନଙ୍କ ଫୋକସରେ ପଞ୍ଚାୟତ ଉପନିର୍ବାଚନ । ସୁପ୍ରିମୋ ନୂଆ କମିଟି ଗଠନ କରିବା ସହିତ ବରିଷ୍ଠ ଓ ଯୁବ ନେତୃତ୍ୱଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି । କିନ୍ତୁ ଯଦି ଭାରତୀୟ ଜନତା ପାର୍ଟି କଥା କହିବେ ତେବେ ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ତାଗିଦ ପରେ ବିଜେପିର ସଙ୍ଗଠନ ସଜଡା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିଛି କିଛି ସ୍ଥାନରେ ଏପର୍ଯ୍ୟନ୍ତ ମଧ୍ୟ ଦ୍ୱନ୍ଦ୍ୱ ତୁଟି ନାହିଁ । ଦୁଇ ମୋହନ କିପରି ପଞ୍ଚାୟତ ଦଖଲ କରିବେ ସେ ଚିନ୍ତା ଘାରିଛି ।

ଯଦି ଦୁଇ ଦଳଙ୍କ ମଧ୍ୟରେ ସାମଞ୍ଜସ୍ୟ ଦେଖିବା ତେବେ ଉଭୟ ବିଜେଡି ଓ ବିଜେପିରେ ଗୋଷ୍ଠୀ କନ୍ଦଳ ସୀମା ପାର କରିଛି । ଅନ୍ୟପଟେ ନୂଆ ପିସିସି ସଭାପତି ପାଇବା ପରେ ସକ୍ରିୟ ହୋଇଉଠିଛି କଂଗ୍ରେସ । ନାରୀ ନିର୍ଯ୍ୟାତନାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରୁଛନ୍ତି କଂଗ୍ରେସର ଛାମୁଆ ନେତା ଓ କର୍ମୀମାନେ । କଂଗ୍ରେସ ମଧ୍ୟ ପ଼ଞ୍ଚାୟତ ନିର୍ବାଚରେ ଫୋକସ କରିଛି । ତେବେ ଦେଖିବାକୁ ବାକି ରହିଲା ତିନି ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ କିଏ ଜିତୁଛି ।

author

Related Articles

Leave a Reply

Your email address will not be published. Required fields are marked *