ଦୁର୍ଘଟଣାର 5 ମାସ ପରେ ଉଠାଯାଉଛି ଭଗ୍ନ ରେଳଡବା

ଦୁର୍ଘଟଣାର 5 ମାସ ପରେ ଉଠାଯାଉଛି ଭଗ୍ନ ରେଳଡବା

ଗତ ଜୁନ ୨ତାରିଖରେ ବାଲେଶ୍ୱର ବାହାନଗା ଠାରେ ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୨୯୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ଶହରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ ।  ଏହା ଭିତରେ ବାହାନାଗା ଦୁର୍ଘଟଣା କୁ ବିତିଯାଇଛି 5 ମାସ । ସେଠାରେ ଆଜି ପର୍ଯ୍ୟନ୍ତ ପଡିରହିଥିଲା ଭଙ୍ଗା ରେଳ ଡବା ଗୁଡିକ । ତେବେ ଦୁର୍ଘଟଣାର ୫ମାସ ପରେ ବାହନଗା ଷ୍ଟେସନରୁ ଦୁର୍ଘଟଣାଗ୍ରସ୍ତ ରେଳଡବା ଗୁଡିକୁ ଉଠାଯାଉଛି । ପଶ୍ଚିମବଙ୍ଗର ଗୋଟିଏ କମ୍ପାନୀ ପକ୍ଷରୁ ଭଗ୍ନ ରେଳଡବା ଗୁଡିକୁ ଉଠାଇବା କାମ ଆରମ୍ଭ ହୋଇଛି । କମ୍ପାନୀ କର୍ମଚାରୀ ମାନଙ୍କ ପକ୍ଷରୁ କାମ ଆରମ୍ଭ ହୋଇଛି । ମାସକ ମଧ୍ୟରେ କ୍ଷତିଗ୍ରସ୍ତ ରେଳଡବା ଗୁଡିକୁ ଉଠାଇନେବା ସହିତ କମ୍ପାନୀ ପକ୍ଷରୁ ସ୍କ୍ରାପିଂ କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *